ଋଷ୍‌ ଉପରେ ଲାଗିବ ନୂଆ କଟକଣା

0 180

ନୂଆଦିଲ୍ଲୀ,୨୩/୩ : ୟୁକ୍ରେନର ରାଜଧାନୀ କିଭ ଦଖଲ କରିବାରେ ବିଫଳ ହୋଇଛି ରୁଷ । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ପ୍ରସଙ୍ଗରେ ୟୁରୋପୀୟ ନେତାଙ୍କ ସହ ଆଲୋଚନା କରିବା ପାଇଁ ବ୍ରସେଲ୍ସ ଗସ୍ତ କରିବେ । ୟୁକ୍ରେନକୁ ସହାୟତା ପ୍ରଦାନ କରିବା ପାଇଁ ରୁଷ ଉପରେ ନୂଆ ପ୍ରତିବନ୍ଧକ ନେଇ ଘୋଷଣା କରିପାରନ୍ତି । ୟୁକ୍ରେନର ରାଜଧାନୀ ଉପରେ ରୁଷ ସେନା ଲଗାତାର ବୋମା ବର୍ଷଣ କରୁଥିବା କିଭ୍‌ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କିଭ ଦଖଲ ପାଇଁ ଆଗକୁ ବଡୁଥିବା ରୁଷ ସେନାକୁ କଡା ଜବାବ ଦେଉଛି ୟୁକ୍ରେନ ସେନା । ବାରମ୍ୱାର ପଛକୁ ହଟୁଛି ରୁଷ ସେନା । ଯୁଦ୍ଧରେ ରୁଷ ସେନାକୁ ବଡ଼ କ୍ଷତି ପହଞ୍ଚିଛି । ତେବେ ଘେରାବନ୍ଦୀରେ ଥିବା ୟୁକ୍ରନର ସହର ଗୁଡିକରେ ସେଠାକାର ନାଗରିକଙ୍କ ସ୍ଥିତି ଖରାପ ହେଉଥିବା ଜଣାପଡିଛି । ଯୁଦ୍ଧରେ ରୁଷ ନିଜ ସାମରିକ ଶକ୍ତିର ୧୦ ପ୍ରତିଶତ ହରାଇ ସାରିଛି । ଏଥିରେ ସୈନିକ, ଟ୍ୟାଙ୍କ ଏବଂ ସାମିରକ ଅସ୍ତ୍ରଶସ୍ତ୍ର ସାମିଲ ରହିଛି । ପେଣ୍ଟାଗନ ଅନୁସାରେ, ୟୁକ୍ରେନର ସୈନିକ ଏବେ ବି ରୁଷ ସେନାକୁ କଡା ଜବାବ ଦେଉଛନ୍ତି ।

hiranchal ad1
Leave A Reply

Your email address will not be published.

four × two =