ସିରିଜ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

0 198

ରାଞ୍ଚି,୧୫/୨: ଏକ ସିରିଜ ଦୁର୍ଘଟଣାରେ ଚାଲିଯାଇଛି ୫ ଜଣଙ୍କ ଜୀବନ । ଏଥିରେ ଆଉ କେତେଜଣ ଆହତ ମଧ୍ୟ ହୋଇଛନ୍ତି । ଝାଡ଼ଖଣ୍ଡରେ ଘଟିଛି ଏହି ଭୟାନକ ସଡ଼କ ଦୁର୍ଘଟଣା । ଝାରଖଣ୍ଡର ରାମଗଡ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଥିବା ପଟେଲ ଚୌକସ୍ଥିତ ଜାତୀୟ ରାଜପଥରେ ଏହି ଘଟଣା ଘଟିଛି । ଦ୍ରୁତଗାମୀ ଟ୍ରକ୍‌ଟି କୋଇଲା ନେଇ ଆସୁଥିବା ବେଳେ ପ୍ରଥମେ ଏକାଧିକ ଗାଡିକୁ ଧକ୍କା ଦେଇଥିଲା । ଏହାପରେ ରାସ୍ତାର ବିପରୀତ ଦିଗରେ ଛିଡା ହୋଇଥିବା କାର୍‌ ସହ ପିଟି ହୋଇଥିଲା । ଟ୍ରକ୍‌ ଧକ୍କାରେ କାର୍‌ଟି କିଛି ବାଟ୍‌ ପଛକୁ ଘୁଞ୍ଚି ଯାଇଥିଲା । ଏହାପରେ କୋଇଲା ସହ ଟ୍ରକ୍‌ଟି ସିଧା କାର୍‌ ଉପରେ ଓଲଟି ପଡିଥିଲା । ଫଳରେ କାର୍‌ଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି । ରାମଗଡ ସବ ଡିଭିଜନାଲ ଅଫସିର ମହମ୍ମଦ ଜାଭେଦ ହୁସେନ କହିଛନ୍ତି, ଟ୍ରକ୍‌ର ବ୍ରେକ ଫେଲ ଯୋଗୁ ଡ୍ରାଇଭର ଜଣଙ୍କ ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଏତେ ବଡ ଅଘଟଣ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ପରବର୍ତ୍ତୀ ଅବସ୍ଥାରେ ସ୍ଥିତି ସ୍ୱାଭାବିକ ହୋଇଥିଲା ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କାର୍‌ରେ କେତେ ଜଣ ଲୋକ ଥିଲେ ଓ କେଉଁମାନେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେ ସମ୍ପର୍କରେ ପ୍ରଶାସନ ବିସ୍ତୃତ ତଥ୍ୟ ଦେଇନାହିଁ ।

hiranchal ad1
Leave A Reply

Your email address will not be published.

12 + 12 =