ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଥିବା ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପୋଲିସ ଏକ ବଡ ଖୁଲାସା କରିଛି । ପୋଲିସର ପଚରାଉଚରା ବେଳେ ଜଣା ପଡିଛି ଯେ ଅଭିଯୁକ୍ତ ଅଫତା ଆମିନ ପୁନାୱାଲାଙ୍କର ଗଞ୍ଜେଇ ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟ ସେବନ କରୁଥିଲେ । ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ଜଣାଇଛନ୍ତି ଯେ ଶ୍ରଦ୍ଧା ତାଙ୍କ ନିଶା ସେବନ ଦ୍ୱାରା ପ୍ରଭାବିତ ହୋଇଥିଲେ ଓ ଏହାକୁ ନେଇ ଉଭୟ ମଧ୍ୟରେ ସମୟ ସମୟରେ କଥା କଟାକଟି ହେଉଥିଲା ।ଏହି କାରଣରୁ ଘରେ ଅନେକ ସମୟରେ ବିବାଦ ଲାଗି ରହିଥିଲା । ଅଭିଯୁକ୍ତ ଜଣକ କହିଛନ୍ତି ଯେ ଘଟଣା ଦିନ ଅର୍ଥାତ୍ ମେ ୧୮ ରେ ସେ ଗଞ୍ଜେଇ ସହ ମଦ୍ୟପାନ କରିଥିଲେ ।
ଅଫତାବ କହିଛନ୍ତି ଯେ ମେ ୧୮ ରେ, ଘରର ଖର୍ଚ୍ଚ ଚଳାଇବା ପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହା ସହିତ ମୁମ୍ବାଇରେ ରଖାଯାଇଥିବା ସାମଗ୍ରୀକୁ ଦିଲ୍ଲୀକୁ କିଏ ଆଣିବ ସେ ନେଇ ଦିନସାରା ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହା ପରେ ଅଫତାବ ଘରୁ ବାହାରି ଯାଇ ଗଞ୍ଜେଇ ପିଇବା ପରେ ଫେରି ଆସିଥିଲେ । ଅଫତାବ ପୋଲିସକୁ ମଧ୍ୟ କହିଛି ଯେ ତାଙ୍କର ଉଦ୍ଦେଶ୍ୟ ଶ୍ରଦ୍ଧାଙ୍କୁ ହତ୍ୟା କରିବା ନ ଥିଲା କିନ୍ତୁ ସେ ସବୁ ବେଳେ ଚିତ୍କାର କରୁଥିବାରୁ ସେ ରାଗିଯାଇଥିଲେ ଏବଂ ସେ ନିଶାରେ ଥିବାରୁ ତାଙ୍କ ବେକକୁ ଶ୍ୱାସରୁଦ୍ଧ କରିବା ପର୍ଯ୍ୟନ୍ତ ଧରିଥିଲେ । ଏହି ଘଟଣା ୯ଟାରୁ ୧୦ଟା ମଧ୍ୟରେ ହୋଇଥିବା ଅଭିଯୁକ୍ତ ଜଣକ କହିଛନ୍ତି ।ଶ୍ରଦ୍ଧାଙ୍କ ହତ୍ୟା ପରେ ଅଫତାବ ଶ୍ରଦ୍ଧାଙ୍କ ମୃତ ଶରୀର ନିକଟରେ ବସି ଗଞ୍ଜେଇ ଟାଣିଥିଲା ।ଆଫତାବ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରଦ୍ଧାଙ୍କ ଶରୀରର କିଛି ଅଂଶ ମଧ୍ୟ ଦେହରାଡୁନରେ ଫିଙ୍ଗି ଦିଆଯାଇଛି । ଏହି ସମୟରେ ଆଫତାବଙ୍କ ମନୋଭାବ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ପୋଲିସ କହିଛି ଯେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବାରୁ ସେ ଆଦୌ ଦୁଃଖିତ ନୁହଁନ୍ତି ଏବଂ ଲକଅପରେ ଶାନ୍ତିରେ ଶୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.