ପରାଜୟ ପରେ ସୋନିଆ ନେଲେ ଏହି ବଡ଼ ପଦକ୍ଷେପ

0 122

ନୂଆଦିଲ୍ଲୀ : ପଞ୍ଜାବ ସମେତ ୫ଟି ରାଜ୍ୟରେ ନିକଟରେ ବିଧାନସଭା ନିର୍ବାଚନ ଶେଷହୋଇ ଫଳାଫଳ ଘୋଷଣା ହୋଇସାରିଛି । ନୂଆ ସରକାର ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ୫ଟିଯାକ ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । କୌଣସି ରାଜ୍ୟରେ ଏହା ସରକାର ଗଠନ ପାଇଁ ଜନାଦେଶ ପାଇନାହିଁ । ଏଭଳି ପରାଜୟକୁ ନେଇ ଅଧ୍ୟକ୍ଷା ସୋନିଆ ଗାନ୍ଧି ଭୀଷଣ ବ୍ୟଥିତ ଓ କ୍ଷୁବ୍ଧ । ଦଳକୁ ସଜାଡ଼ିବା ପାଇଁ ଦଳରେ ବ୍ୟାପକ ପରିବର୍ତ୍ତନ ଆଣିପାରନ୍ତି ସୋନିଆ । ଏକ ବଡ଼ ପଦକ୍ଷେପ ସ୍ୱରୂପ,ଆଜି ସୋନିଆ ଗାନ୍ଧି ପଞ୍ଜାବ,ମଣିପୁର, ଉତ୍ତରପ୍ରଦେଶ, ଗୋଆ ଓ ଉତ୍ତରାଖଣ୍ଡର ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଳର ମୁଖପାତ୍ର ରଣଦୀପ ସୂର୍ଯେୱାଲା ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଏସବୁ ସଭାପତିଙ୍କ ମଧ୍ୟରେ ପଂଜାବ ପିସିସି ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ବି ଅଛନ୍ତି । ଏସବୁ ରାଜ୍ୟର କଂଗ୍ରେସ କମିଟିଗୁଡ଼ିକରେ ସାଂଗଠନିକ ପରିବର୍ତ୍ତନ ପୂର୍ବରୁ ଏସବୁ ସଭାପତିମାନଙ୍କ ଇସ୍ତଫା ମଗାଯାଇଛି ବୋଲି ସେ ସଂକେତ ଦେଇଛନ୍ତି । ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ କଂଗ୍ରେସ ମାତ୍ର ୨ଟି ଆସନ ପାଇଥିବାବେଳେ ପଞ୍ଜାବରେ ୧୮ଟି ଆସନ ପାଇଥିଲା । ସେହିପରି ଉତ୍ତରାଖଣ୍ଡରେ ଦଳ ୧୯ଟି, ଗୋଆରେ ୧୨ଟି ଓ ମଣିପୁରରେ ୫ଟି ଆସନ ପାଇଥିଲା । ଏହି ପରାଜୟ ପରେ ଦଳରେ ଗାନ୍ଧି ପରିବାରର ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠିବା ମଧ୍ୟ ଆରମ୍ଭ କରିଛି । ବରିଷ୍ଠ କଂଗ୍ରେସ ନେତା କପିଲ ସିବ୍ୱଲ ଗାନ୍ଧିପରିବାର କଂଗ୍ରେସରୁ ଓହରି ଯାଉ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

6 + fourteen =