ବିଦ୍ରୋହୀ ନେତାଙ୍କୁ ଚେତାଇଲେ,କନ୍ଦଳ ଛାଡ଼ିବାକୁ କହିଲେ ସୋନିଆ

0 39

ନୂଆଦିଲ୍ଲୀ,୫/୪ : ଦେଶର ଆଭ୍ୟନ୍ତରୀଣ ସୁକ୍ଷା ପ୍ରତି ବିପଦ ବଢୁଛି । ବିଭାଜନକାରୀ ଶକ୍ତିମାନେ ଦେଶକୁ ବରବାଦ କରିବାକୁ ବସିଛନ୍ତି । ଆମ ଦଳରେ ଥିବା ଅସୁବିଧାରୁ ଫାଇଦା ଉଠାଇବାକୁ ଚେଷ୍ଠା କରୁଛନ୍ତି । ତେଣଉ ସାବଧାନ ହୋଇଯାଅ । ସମସ୍ତ ପ୍ରକାର ମତଭେଦ ଭୁଲି ଏକଜୁଟ ହୁଅ ଏବଂ ପାର୍ଟିକୁ ମଜବୁତ କର । ସଂସଦୀୟ ଦଳ ବୈଠକରେ କର୍ମୀ ଓ ନେତାମାନଙ୍କୁ ଆଜି ଏଭଳି ଗୁରୁମନ୍ତ୍ର ଶୁଣାଇଛନ୍ତି ଦଳର ସୁପ୍ରିମୋ ସୋନିଆ ଗାନ୍ଧି । ସୋନିଆ କହିଥିଲେ ଯେ କଂଗ୍ରେସ ଯେତେ ଦୁର୍ବଳ ହେବ, ଦେଶର ଲୋକତନ୍ତ୍ର ସେତେ ଦୁର୍ବଳ ହେବାରେ ଲାଗିବ । ତେଣୁ ଦେଶର ଲୋକତନ୍ତ୍ରକୁ ମଜବୁତ କରିବାକୁ ହେଲେ ପ୍ରଥମେ କଂଗ୍ରେସକୁ ମଜବୁତ କରିବାକୁ ପଡିବ । ଏହାସହ ଖୁବଶୀଘ୍ର କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଡକାଯିବା ନେଇ ସୋନିଆ ସୂଚନା ଦେବା ସହ ଏକ ଚିନ୍ତନ ଶିବିର ଆୟୋଜନ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ଭାଙ୍ଗିଯାଇଥିବା କଂଗ୍ରେସର ଦୁର୍ଗକୁ ପୁଣି କିଭଳି ମଜବୁତ କରାଯାଇ ପାରିବ ତାହା ଉପରେ ଜୋର ଦେଇଛନ୍ତି ସୋନିଆ । ସମୟ ଆସିଛି ଏବେ କଂଗ୍ରେସ ନେତାମାନେ ମନୋମାଳିନ୍ୟକୁ ଭୁଲି ପାର୍ଟିକୁ ମଜବୁତ କରିବା କାମରେ ଲାଗିପଡ । ନଚେତ ବିଜେପି ଭଳି ବିଭାଜନକାରୀ ଶକ୍ତି ଦେଶକୁ ଖୁବଶୀଘ୍ର ବରବାଦ କରିଦେବ ବୋଲି ସେ ମତ ଦେଇଛନ୍ତି । ସେପଟେ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ ସେ ବିଜେପିକୁ ଟାର୍ଗେଟ କରିଛନ୍ତି । ଏହା ବିରୋଧରେ ଜୋରଦାର ପ୍ରଦର୍ଶନ କରିବାକୁ ସେ ଦଳର କର୍ମୀ ଓ ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − ten =