ମୁଣ୍ଡ ନୁଆାଁଇଲେ ଶ୍ରୀଲଙ୍କା ସରକାର : ପ୍ରତ୍ୟାହାର କଲେ ଜରୁରୀ ପରିସ୍ଥିତି

0 60

କଲମ୍ବୋ: ଶ୍ରୀଲଙ୍କା ପରିସ୍ଥିତି ପୂର୍ବପରି ଜଟିଳ ରହିଛି । ଜନସାଧାରଣଙ୍କ ଆକ୍ରୋଶ ଆହୁରି ବଢୁଛି । ଆନ୍ଦୋଳନ ଭୟଙ୍କର ରୂପ ନେଉଛି । ସରକାରଙ୍କ ଦ୍ୱାରା ଜାରି ଜରୁରୀ ପରିସ୍ଥିତି ବିରୋଧରେ ଆନ୍ଦୋଳନ ଭୟଙ୍କର ହେଉଥିବା ଦେଖି ସରକାର ଆଜି ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରିନେଇଛନ୍ତି । ସ୍ୱାଧୀନତା ପରେ ଶ୍ରୀଲଙ୍କା ସବୁଠାରୁ ବଡ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଏହାକୁ ନେଇ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ସମସ୍ତ ମନ୍ତ୍ରୀ ସାମୁହିକ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଓ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ସମସ୍ତଙ୍କ ଟାର୍ଗେଟରେ ରହିଛନ୍ତି । ଏପ୍ରିଲ ୫ରେ ରାଜପକ୍ଷ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ମଧ୍ୟ ହରାଇଛି । ଏସବୁ ଭିତରେ ଏପ୍ରିଲ ୧ରୁ ରାଷ୍ଟ୍ରପତି ରାଜପକ୍ଷ ଦେଶରେ ଲାଗୁ କରିଥିବା ଜରୁରୀ ପରିସ୍ଥିତିକୁ ଏବେ ପ୍ରତ୍ୟାହାର କରିନେଇଛନ୍ତି । ଲୋକଙ୍କ ଆନ୍ଦୋଳନ ଦିନକୁ ଦିନ ବଢୁଥିବାରୁ ସେ ବାଧ୍ୟ ହୋଇ ନିଜ ନିଷ୍ପତ୍ତିରେ ଏପରି ପରିବର୍ତ୍ତନ କରିଛନ୍ତି । ଏପ୍ରିଲ ୫ ତାରିଖ ମଧ୍ୟରାତ୍ରରୁ ଆଉ ଦେଶରେ ଜରୁରୀ ପରିସ୍ଥିତି କାର୍ଯ୍ୟକାରୀ ହେଉନଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ୪୧ ଜଣ ସାଂସଦ ସମର୍ଥନ ପ୍ରତ୍ୟାହାର କରି ନେଇଥିବାରୁ ସଂସଦରେ ରାଜପକ୍ଷ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି । ଲୋକଙ୍କ ଆକ୍ରୋଶ ଦେଖି ଏହାପୂର୍ବରୁ ଶ୍ରୀଲଙ୍କାର ସବୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

15 + fifteen =