କରୋନା ସହାୟତା ମାମଲାରେ ରାଜ୍ୟମାନଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

0 68

ନୂଆଦିଲ୍ଲୀ: କରୋନା ସଂପର୍କିତ ଏକ ମାମଲାର ଶୁଣାଣି ସମୟରେ ଆଜି ସୁପ୍ରିମକୋର୍ଟ ରାଜ୍ୟମାନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ,ତାଗିଦ ଓ ଗାଇଡଲାଇନକୁ ରାଜ୍ୟମାନେ ଉଲ୍ଲଂଘନ କରୁଛନ୍ତି । ଗାଇଡଲାଇନ ଓ ନିର୍ଦ୍ଦେଶ ଥିଲେ ମଧ୍ୟ କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କ ନିକଟରେ ଆର୍ଥିକ ସହାୟତା ପହଞ୍ଚୁ ନାହିଁ । ସେମାନଙ୍କୁ ଠିକଣା ସମୟରେ ଏହି ଅର୍ଥ ମିଳୁ ନାହିଁ । ଫଳରେ ସେମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏନେଇ ପିଟିସନ ଆଗତ ହୋଇଥିଲା । ଏହି ପିଟିସନରୁ ଏଭଳି ସାଂଘାତିକ ସୂଚନା ପାଇବା ପରେ କୋର୍ଟ ରାଜ୍ୟମାନଙ୍କ ଉପରେ ଭୀଷଣ କ୍ଷୁବ୍ଧ ହେବା ସହ ମୃତକଙ୍କ ପରିବାର ଲୋକଙ୍କୁ ଯଥାଶୀଘ୍ର ଆର୍ଥିକ ସହାୟତା ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ସୁପ୍ରିମକୋର୍ଟ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ । ଏହି ସମୟରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିବାର ୩୦ ଦିନ ମଧ୍ୟରେ ସେମାନଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତେ୍ୱ ଅଧିକାଂଶ ରାଜ୍ୟର ସରକାରମାନେ କରୋନା କ୍ଷତିଗ୍ରସ୍ତଙ୍କୁ ଠିକଣା ସମୟରେ ଆର୍ଥିକ ସହାୟତା ଦେଇ ନାହାନ୍ତି । ଏଥିପାଇଁ ଆଜି ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ରାଜ୍ୟଗୁଡିକୁ ରିପୋର୍ଟ ତଲବ କରିଛନ୍ତି । ପୂରା ଘଟଣା ସମ୍ପର୍କରେ ରାଜ୍ୟ ସରକାରମାନେ ଫେବୃଆରୀ ୪ ସୁଦ୍ଧା ସତ୍ୟପାଠ ଦାଖଲ କରିବେ । ଫେବୃଆରୀ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

hiranchal ad1
Leave A Reply

Your email address will not be published.

four × 5 =