ମିଠା ଦୋକାନୀଙ୍କୁ ୧୪୧ କୋଟିର ଆୟକର ନୋଟିସ

0 190

ବୁଲନ୍ଦସହର: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲା ଅନ୍ତର୍ଗତ ଖୁର୍ଜା ନଗର କୋଟୱାଲିରେ ଜଣେ ମିଠା ଦୋକାନୀଙ୍କୁ ୧୪୧ କୋଟି ଟଙ୍କାର ଆୟକର ନୋଟିସ ମିଳିଛି। ଏଭଳି ନୋଟିସ ପାଇବାପରେ ସଂପୃକ୍ତ ଦୋକାଦୀ ଓ ତାଙ୍କ ପରିବାର ବିସ୍ମିତ ହୋଇପଡିଛନ୍ତି। ସୁଧୀର ଗୁପ୍ତ ନାମକ ଏକ ବ୍ୟକ୍ତିଙ୍କର ଏକ ମିଷ୍ଟାନ୍ନ ଦୋକାନ ରହିଛି। କିଛି ଦିନ ପୂର୍ବେ ଆୟକର ବିଭାଗ ତରଫରୁ ତାଙ୍କ ନିକଟକୁ ୧,୪୧,୨୮,୪୭,୧୨୬ ଟଙ୍କାର ନୋଟିସ ଆସିଥିଲା। ଜଣେ କ୍ଷୁଦ୍ର ବ୍ୟବସାୟୀ ହୋଇଥିବାବେଳେ ତାଙ୍କର ବାର୍ଷିକ ଆୟ ଯଥେଷ୍ଟ କମ ବୋଲି ସୁଧୀର କହିଛନ୍ତି। ସୁଧୀର ଏହି ପ୍ରସଙ୍ଗରେ ସ୍ଥାନୀୟ ଥାନାରେ ଏତଲା ଦାଏର କରିଥିବାବେଳେ ଆୟକର ବିଭାଗର ଦୃ​‌ଷ୍ଟି ଆକର୍ଷଣ କରିଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଆୟକର ଫାଙ୍କିବାକୁ ଦିଲ୍ଲୀସ୍ଥିତ କେତେକ କମ୍ପାନୀ ସୁଧୀରଙ୍କ ଆଧାର ଓ ପ୍ୟାନ୍‌ କାର୍ଡର ଅପବ୍ୟବହାର କରିବା ସହ ଜାଲ୍‌ ସଂସ୍ଥା ଖୋଲି ନିଜର ବ୍ୟବସାୟ ଚଳାଇଛନ୍ତି। ତେଣୁ ସୁଧୀରଙ୍କ ନିକଟକୁ ଏତେ ପରିମାଣର ନୋଟିସ ଆସିଛି। ତେବେ ସୁଧୀର କହିଛନ୍ତି ଯେ ୨୦୨୨ରେ ମଧ୍ୟ ତାଙ୍କ ନିକଟକୁ ଲକ୍ଷାଧିକ ଟଙ୍କାର ଆୟକର ନୋଟିସ ଆସିଥିଲା। ସେତେବେଳେ ଆୟକର ବିଭାଗର ଦ୍ବାରସ୍ଥ ହୋଇ ସେ କୌଣସି ପ୍ରକାରେ ଏହି ଆର୍ଥିକ ବୋଝରୁ ମୁକ୍ତି ପାଇଥିଲେ।

hiranchal ad1
Leave A Reply

Your email address will not be published.

sixteen − 14 =