ଆଫଗାନିସ୍ତାନରୁ ଫେରିଲେ ଭାରତୀୟ ରାଷ୍ଟ୍ରଦୂତଙ୍କ ସମେତ ୧୫୦ ଜଣ , ଜାମନଗର ବିମାନବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

0 122

ଜାମନଗର : ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର କାବୁଲରେ ଅବସ୍ଥାପିତ ରାଷ୍ଟ୍ରଦୂତ ରୁଦ୍ରନ୍ଦ୍ର ଟଣ୍ଡନ ଓ ତାଙ୍କ ଭାରତୀୟ କର୍ମଚାରୀଙ୍କୁ ଆଜି ଭାରତ ଫେରାଇ ଆଣିଛନ୍ତି । ବାୟୁସେନାର ଗ୍ଲୋବାମାଷ୍ଟର ସି -୧୭ ବିମାନ ଗୁଜୁରାଟର ଜାମନଗରରେ ପ୍ରାୟ ୧୧.୧୫ ସମୟରେ କାବୁଲରୁ ୧୫୦ ଜଣ ଲୋକଙ୍କୁ ନେଇ ଆସିଛି । ସେହି ସମାନ ବିମାନରେ ଭାରତୀୟ ରାଷ୍ଟ୍ରଦୂତ ମଧ୍ୟ ଆସିଛନ୍ତି । କାବୁଲରୁ ଆସିଥିବା ଏହି ଲୋକମାନଙ୍କୁ ଜାମନଗରରେ ମଧ୍ୟାହ୍ନ ଭୋଜନ ପରେ ଗ୍ଲୋବାମାଷ୍ଟର ସି -୧୭ ବିମାନରେ ଗାଜିଆବାଦର ହିନ୍ଦନ ଏୟାରବେସକୁ ପଠାଯିବ ।
କାବୁଲରୁ ଫେରିଥିବା ଲୋକଙ୍କୁ ଜାମନଗର ବିମାନବନ୍ଦରରେ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା । ଏଠାରେ ଲୋକମାନେ ଭରତ ମାତା କି ଜୟଙ୍କ ସ୍ଲୋଗାନ ମଧ୍ୟ ଦେଇଥିଲେ ।
ସୂଚନା ଅନୁଯାୟୀ ଆଫଗାନିସ୍ତାନରେ ଫସି ରହିଥିବା ଅନ୍ୟ ଭାରତୀୟମାନେ ମଧ୍ୟ ଏକ ସୁରକ୍ଷିତ ଅଞ୍ଚଳରେ ଅଛନ୍ତି ଏବଂ ସେମାନଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏୟାରଲିଫ୍ଟ କରାଯାଇ ଭାରତକୁ ଫେରାଇ ଅଣାଯିବ ।

hiranchal ad1
Leave A Reply

Your email address will not be published.

eighteen − 8 =