ଦେଶରେ ୫୦ ପ୍ରତିଶତ କିଶୋର ନେଲେଣି ଟିକା

0 63

ନୂଆଦିଲ୍ଲୀ : ଏବେ ଦେଶରେ କିଶୋର ଟିକାକରଣ ଚାଲିଛି ।୧୫ରୁ ୧୮ ବର୍ଷ ମଧ୍ୟରେ ୫୦ ପ୍ରତିଶତ ପିଲା ଟିକାର ଗୋଟିଏ ଡୋଜ୍‌ ନେଇସାରିଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନଶୁଖ ମାଣ୍ଡଭ୍ୟ । ଏହାକୁ ରି-ଟ୍ୱିଟ୍‌ କରି ଏବି ବିରଳ ଉପଲବ୍ଧି ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓମିକ୍ରନ୍‌ ଯୋଗୁଁ ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇଥିଲା ପିଲାଙ୍କ ଟିକାକରଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ,ଏ ପର୍ଯ୍ୟନ୍ତ ଦେଶରେ ୩ କୋଟି ୧୭ ଲକ୍ଷ ପିଲା କରୋନା ଟିକାର ଗୋଟିଏ ଡୋଜ୍‌ ନେଇସାରିଲେଣି । ଯାହା ଏହି ବୟସ ବର୍ଗରେ ଧାର୍ଯ୍ୟ ଲକ୍ଷ୍ୟର ଅଧା । ଅର୍ଥାତ ଦେଶରେ ପ୍ରାୟ ୭ କୋଟି ପିଲାଙ୍କୁ କରୋନା ଟିକା ଦିଆଯିବ । ପୁଣି ଏମାନଙ୍କୁ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ୍‌ ଟିକା ମଧ୍ୟ ଦିଆଯିବା ବାକି ରହିଛି । ତେବେ ଦେଶର କିଶୋରମାନଙ୍କ ଭିତରେ ଟିକା ନେବାପାଇଁ ରହିଥିବା ଆଗ୍ରହକୁ ଦେଖି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

10 + five =