୨୦୨୬ରେ ଚାଲିବ ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ

0 92

ନୂଆଦିଲ୍ଲୀ: ୨୦୨୬ରେ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗୁଜୁରାଟର ସୁରଟ ଏବଂ ବିଲିମୋରା ମଧ୍ୟରେ ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚଳାଚଳ କରିବ । ସରକାରଙ୍କ ଉଚ୍ଚାଭିଳାଷୀ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ଅଗ୍ରଗତି ଯାଞ୍ଚ କରିବା ପାଇଁ ରେଳମନ୍ତ୍ରୀ ବୈଷ୍ଣବ ସୁରଟ ଗସ୍ତରେ ଯାଇ ସ୍ଥିତିର ସମୀକ୍ଷା କରିଥିଲେ । ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ବୁଲେଟ୍‌ ଟ୍ରେନ୍‌ ପାଇଁ ଭିତ୍ତିଭୂମି ନିର୍ମାଣରେ ଭଲ ଅଗ୍ରଗତି ହୋଇଛି ଏବଂ ଏହି କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି ବୋଲି ସ୍ଥିତି ସମୀକ୍ଷା କଲାପରେ କହିଛନ୍ତି ରେଳମନ୍ତ୍ରୀ । ‘ଆମେ ୨୦୨୬ରେ ସୁରଟ ଏବଂ ବିଲିମୋରା ମଧ୍ୟରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚଳାଇବାର ଲକ୍ଷ୍ୟ ରଖିଛୁ । କାର୍ଯ୍ୟର ପ୍ରଗତି ବହୁତ ଭଲ, ଏବଂ ଆମେ ସେହି ସମୟ ସୁଦ୍ଧା ଟ୍ରେନ୍‌ ଚଳାଇବା ପାଇଁ ଆତ୍ମବିଶ୍ୱାସୀ’ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =