ମହିଳାଙ୍କ ପେଟରୁ ବାହାରିଲା ୪୭ କେଜିର ଟ୍ୟୁମର

0 73

ନୂଆଦିଲ୍ଲୀ, ୧୬/୨ : ଗୁଜୁରାଟର ଅହମଦାବାଦରେ ଆପୋଲୋ ହସପିଟାଲର ଡାକ୍ତରମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଠାରେ ଜଣେ ମହିଳାଙ୍କ ପେଟରୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ଏକ ୪୭ କିଲୋର ଟ୍ୟୁମର ବାହାର କରିବା ସହ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି । ଏହି ଟ୍ୟୁମର ପାଇଁ ମହିଳା ଜଣକ ୧୮ ବର୍ଷ ହେଲା କଷ୍ଟ ପାଉଥିଲେ । ଏହା ମଧ୍ୟରେ ଟ୍ୟୁମରର ଓଜନ ଦୁଇଗୁଣା ହୋଇଯାଇଥିଲା । ଏପରି ଘଟଣା ଗୁଜୁରାଟର ଅହମଦାବାଦରେ ଘଟିଛି । ଦାହୋଦ ଜିଲ୍ଲାରେ ରହୁଥିବା ଜଣେ ୫୬ ବର୍ଷୀୟା ମହିଳାଙ୍କ ପେଟରେ ବିଗତ ୧୮ ବର୍ଷ ହେଲା ଏକ ଟ୍ୟୁମର ଥିଲା । ଯାହାର ଓଜନ ୪୭ କିଲୋ ହୋଇଯାଇଥିଲା । ପ୍ରଥମରୁ ଏହି ଟ୍ୟୁମରଟି ବଡ଼ ନଥିଲା । ଗ୍ୟାଷ୍ଟ୍ରିକ କାରଣରୁ ଏପରି ହୋଇଛି ବୋଲି ଭାବି ସମ୍ପୃକ୍ତା ମହିଳା ପ୍ରଥମେ କିଛି ଆୟୁର୍ବେଦିକ ଓ ଏଲୋପାଥି ଔଷଧ ଖାଇଥିଲେ । ପରେ ୨୦୦୪ରେ ସୋନୋଗ୍ରାଫି ପରୀକ୍ଷାରୁ ଏହା ଟ୍ୟୁମର ବୋଲି ଜଣା ପଡ଼ିଥିଲା । ଏହି ଅସ୍ତ୍ରୋପଚାର ସଫଳ ହେବା ସହ ମହିଳାଙ୍କ ପେଟରୁ ୪୭ କିଲୋର ଟ୍ୟୁମର କଢ଼ା ଯାଇଥିଲା । ଅପରେସନ ସମୟରେ ବାହାର କରାଯାଇଥିବା ପେଟର ତ୍ୱଚା ଓ ଅତିରିକ୍ତ ତ୍ୱଚାକୁ ମିଶାଇ ମୋଟ ୫୪ କିଲୋ ନିଷ୍କାସନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

seventeen + sixteen =