ଯୁଦ୍ଧ ବିରୋଧରେ ରୁଷ୍‌ ଟିଭି ଚାନେଲ କର୍ମଚାରୀଙ୍କ ଲାଇଭ୍‌ ଇସ୍ତଫା

0 78

ନୂଆଦିଲ୍ଲୀ: ଯୁଦ୍ଧ ପରଠୁ ଅଳ୍ପ କେତୋଟି ଦେଶକୁ ଛାଡ଼ିଦେଲେ ଋଷ୍‌କୁ ଅନ୍ୟସବୁ ଦେଶ ଓ ବହୁ ଅନ୍ତର୍ଜାତୀୟ ସଙ୍ଗଠନ,ଏପରିକି ଗଣମାଧ୍ୟମ ମଧ୍ୟ ବିରୋଧ କରୁଛନ୍ତି । ଏହି ବିରୋଧ ତାଲିକା ଜଣକ ପରେ ଜଣେ ସାମିଲ ହେଉଛନ୍ତି । ଆଜି ଏଭଳି ଏକ ଘଟଣା ଘଟିଛି,ଯାହା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ଯୁଦ୍ଧକୁ ବିରୋଧ କରି ରୁଷ୍‌ର ଏକ ଟେଲିଭିଜନ୍‌ ଚାନେଲର କର୍ମଚାରୀମାନେ ଲାଇଭ୍‌ରେ ଆସି ସମୂହ ଇସ୍ତଫା ଦେଇଛନ୍ତି । ଶେଷ ପ୍ରସାରଣରେ ଯୁଦ୍ଧ ବନ୍ଦ ହେଉ ବୋଲି ଟିଭି ଚାନେଲର କର୍ମଚାମାନେ ଦାବି କରିଥିଲେ । ରୁଷ୍‌ର ‘ଦୋଝଦ୍‌’ ଟେଲିଭିଜ୍‌ନ ଚାନେଲର କର୍ମାଚାରୀମାନେ ସମୂହ ଇସ୍ତଫା ଦେବା ପରେ ଏହାର ପ୍ରସାରଣ ବନ୍ଦ ହୋଇଯାଇଛି । ଚାନେଲର ଅନ୍ୟତମ ପ୍ରତିଷ୍ଠାତା ନାଟାଲିଆ ସିନ୍‌ଡେଇଭା କହିଛନ୍ତି ଯେ, ଯୁଦ୍ଧ ବନ୍ଦ ହେଉ । ଶେଷ ପ୍ରସାରଣରେ ଷ୍ଟୁଡିଓର କର୍ମଚାରୀମାନେ ଏକାଠି ହୋଇ ଯୁଦ୍ଧ ବିରୋଧରେ ସ୍ୱର ଉଠାଇଥିଲେ । ଏହା ପରେ ଚାନେଲକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ବୋଲି ଚାନେଲ କର୍ତ୍ତୃପକ୍ଷ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =