ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ପୁଣି ରାଜଧାନୀରୁ ୨ଚିହ୍ନଟ

0 74

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଆଉ ଦୁଇଟି ଓମିକ୍ରନ୍‌ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ସହିତ ଦେଶରେ ମୋଟ ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା ୧୬୦ କୁ ବୃଦ୍ଧି ପାଇଛି । ଏହାସହ ୨୪ ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା ସହିତ ଦିଲ୍ଲୀ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୫୪ ଟି ଜଣ ଆକ୍ରାନ୍ତ ହୋଇଛନ୍ତି ।
ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଆଜି ରାଜଧାନୀ ଦିଲ୍ଲୀରେ ଆଉ ଦୁଇ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦିଲ୍ଲୀରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୨୪ କୁ ବୃଦ୍ଧି ପାଇଛି । ୧୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ସମ୍ପ୍ରତି ୧୨ ଜଣ ଓମିକ୍ରନ୍‌ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ସେହିପରି କର୍ଣ୍ଣାଟକରେ ଆଜି ୫ଜଣ ଓମିକ୍ରନ୍‌ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏଥି ସହିତ କର୍ଣ୍ଣାଟକରେ ମୋଟ ଓମିକ୍ରନ ସଂକ୍ରମିତ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୮ ଦିନ ମଧ୍ୟରେ ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୫୪ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ (୨୪), ରାଜସ୍ଥାନ (୧୭), କର୍ଣ୍ଣାଟକ (୧୯), ତେଲେଙ୍ଗାନା (୨୦), ଗୁଜୁରାଟ (୧୧) ଏବଂ କେରଳ (୧୧) ରହିଛି । ଏଥି ସହିତ ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼ ଏବଂ ତାମିଲନାଡୁର ପ୍ରତ୍ୟେକରେ ଜଣେ ଲେଖାଏଁ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 5 =