ଏବେ ଖବରକାଗଜ ଦାୟିତ୍ୱ ତୁଲାଇବେ ଉଦ୍ଧବ

0 116

ମୁମ୍ବାଇ: ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ତାଙ୍କୁ ପ୍ରଥମେ ଅଗଷ୍ଟ ୪ପର୍ଯ୍ୟନ୍ତ ଇଡିର ହେପାଜତକୁ ପଠାଯାଇଥିବା ବେଳେ ପୁଣି ତାଙ୍କର ହେପାଜତର ଅବଧି ଅଗଷ୍ଟ ୮ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଆଉ ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ‘ସାମନା’ର ସମ୍ପାଦକ ସଞ୍ଜୟ ରାଉତ ଜେଲ ଯିବା ପରେ ଏବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଏକ ନୂତନ ଭୂମିକାରେ ନଜର ଆସିବେ । ଉଦ୍ଧବ ଠାକରେ ପୁଣି ଥରେ ଶିବସେନା ମୁଖପତ୍ର ‘ସାମନା’ର ମୁଖ୍ୟ ସମ୍ପାଦକ ପଦ ଗ୍ରହଣ କରିଛନ୍ତି । ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ର ସରକାରରୁ ହଟିବାକୁ ପଡିଥିଲା । ଆଉ ଏହା ପରେ ଇଡି ଦ୍ୱାରା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରାଯିବା ପରେ ଠାକରେଙ୍କୁ ଆଉ ଏକ ଝଟକା ଲାଗିଥିଲା । ଏଭଳି ପରିସ୍ଥିତିରେ ଠାକରେ ‘ସାମନା’ର ମୁଖ୍ୟ ସମ୍ପାଦକ ଦାୟିତ୍ୱ ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

17 + 17 =