ଜାଣନ୍ତୁ,କିଭଳି ଭାବରେ ମନର ଯନ୍ତ୍ରଣା ଦୂର କରୁଛନ୍ତି ୟୁକ୍ରେନ ସୈନ୍ୟ

0 55

କିଭ୍‌ : ୟୁକ୍ରେନର ପ୍ରତ୍ୟେକ ସୈନ୍ୟ ଏବେ ଦେଶ ପାଇଁ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ନିଜ ପରିବାର,ପିଲାଛୁଆଙ୍କୁ ଭୁଲିଯାଇଛନ୍ତିି ସେମାନେ । ଏଥିରୁ ଅନୁମାନ କରାଯାଇପାରେ,କେତେକ ମାନସିକ ଯନ୍ତ୍ରଣା ଭିତରେ ସେମାନେ ଗତି କରୁଛନ୍ତି । ଜୀବନ ମାତ୍ର ଆଉ କେଇଟା ମୁହୂର୍ତ୍ତ ତାହା ଜାଣିବା ପରେ ବି ଋଷ ସେନାକୁ ୧୪ ଦିନ ହେବ ଟକ୍କର ଦେଉଛି ସେନା । ଯୁଦ୍ଧ ଭିତରେ ଭୁଲି ଯାଇଛନ୍ତି ନିଜ ପରିବାରକୁ । ଏସବୁ ଭିତରେ ନିଜକୁ ନିୟନ୍ତ୍ରିତ କରିବା ଓ ଦେଶପାଇଁ ଲଢିବାକୁ ପଣ କରି ଯୁଦ୍ଧ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଉଥିବା ସେନା କ୍ୟାମ୍ପରୁ ଆସିଛି ଏକ ଚକିତ କରିଦେବା ଭଳି ଭିଡିଓ । ଦେଶ ଜଳୁଛି, ଆଖି ପିଛୁଳାକେ ଛାରଖାର ହୋଇଯାଉଛି ଗୋଟିଏ ପରେ ଗୋଟିଏ ସହର । ଏସବୁକୁ ମନରୁ ଲିଭାଇ ବାକିଥିବା ଦେଶକୁ ବଞ୍ଚାଇ ରଖିବାକୁ ପଣ କରି ଟିକେ ମନୋରଞ୍ଜନରେ ମାତିଛନ୍ତି ୟୁକ୍ରେନ ସେନାର କିଛି ଯବାନ । ବାଜୁଛି ସେନାବାଦ୍ୟ ଓ ଚାଲିଛି ଦୁଖ ଭୁଲି ଖୁସି ହେବାର ସଂଗୀତ । ଏହି ଭିଡିଓରେ ଦେଖିବାକୁ ମିଳିଛି, ୫ ଜଣ ସୈନିକ ସେନା ବେଶରେ ବ୍ରାସ ବଜାଉଛନ୍ତି । ସେପଟେ ଜଣେ ଶିଶୁ ଦୁଖ ଭୁଲି ଖୁସିହେବାକୁ ଗୀତ ଗାଉଛି ଓ ଯବାନମାନେ ସେହି ଗୀତର ତାଳେ ତାଳେ ନାଚୁଛନ୍ତି । ଋଷ ତରଫରୁ ଆଜକୁ ୧୪ ଦିନ ହେବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦେଇଛି ଋଷ ସେନା ।

hiranchal ad1
Leave A Reply

Your email address will not be published.

four × three =