ଉତ୍ତରାଖଣ୍ଡରେ ଲାଗୁ ହେବ ସମାନ ନାଗରିକ ସଂହିତା

0 71

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ସମାନ ନାଗରିକ ସହିଂତା ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ଏହା ଘୋଷଣା କରିଛନ୍ତି । ଏହାକୁ ଲାଗୁ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ । ଏପରି କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ବୋଲି ସେ ଦାବି କରିଛନ୍ତି । ରାଜ୍ୟରେ ବିଜେପି ସରକାର ପୁଣି ନିର୍ବାଚିତ ହୋଇ କ୍ଷମତାସୀନ ହେବା ପରେ ଏହା ହେଉଛି ପ୍ରଥମ ମହତ୍ତ୍ୱପୂର୍ଣ୍ଣ ସରକାରୀ ନିଷ୍ପତ୍ତି । ଗତ ବିଧାନସଭା ନିର୍ବାଚନରେ ବିଜେପି ଏନେଇ ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା । ଧାମିଙ୍କ ଏହି ଘୋଷଣାକୁ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଆରଆର ସିଂ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ । ଏହି ଆଇନ ଲାଗୁ କରିବାକୁ ଘୋଷଣା କରି ପୁଷ୍କର ସିଂ ଧାମି ନିଜର ପ୍ରତିଶ୍ରୁତି ରଖିଛନ୍ତି । ତେବେ ସମାନ ନାଗରିକ ସହିଂତା ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ବୋଲି ଧାମି ଦାବି କରୁଥିଲେ ବି ତାହା ସତ୍ୟ ନୁହେଁ । କାରଣ ଗୋଆ ପୂର୍ବରୁ ହିଁ ଏହି ଆଇନକୁ ଲାଗୁ କରିସାରିଛି । ଗୋଆରେ ଧର୍ମସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ପ୍ରକାରର ନିୟମ ଲାଗୁ ହେଉଛି ।

hiranchal ad1
Leave A Reply

Your email address will not be published.

20 + nine =