ସ୍ପଷ୍ଟ କଲା ଭାରତ ବାୟୋଟେକ,କୋଭାକ୍ସିନ ନେବାପରେ ପେନକିଲରର ଆବଶ୍ୟକତା ନାହିଁ

0 85

ନୂଆଦିଲ୍ଲୀ : ଏବେ ଦେଶରେ କିଶୋରମାନଙ୍କ ଟିକାକରଣ ଆରମ୍ଭ ହୋଇଯାଇଛି । ଆଜି ସୁଦ୍ଧା କୋଟିଏରୁ ଅଧିକ ପିଲାଙ୍କୁ ଟିକା ଦିଆଯାଇସାରିଲାଣି । ତେବେ କେତେକ ଟିକାକରଣ କେନ୍ଦ୍ରରେ ପିଲାଙ୍କୁ କୋଭାକ୍ସିନ ଦିଆଯିବା ପରେ ପେନକିଲର ଦିଆଯାଉଛି । ଏହା ଜାଣିବା ପରେ କୋଭାକ୍ସିନ ନିର୍ମାତା ଭାରତ ବାୟୋଟେକ ଆଜି ଟିକାକରଣ କେନ୍ଦ୍ରମାନଙ୍କ ଉଦ୍ଦେଶ୍ୟରେ କହିଛି ଯେ କୋଭାକ୍ସିନ ଦେବା ପରେ ସେମାନେ ପେନକିଲର ଦିଅନ୍ତୁ ନାହିଁ । ଏହାର କୌଣସି ଆବଶ୍ୟକତା ନାହିଁ । କେତେକ କେନ୍ଦ୍ରରେ କୋଭାକ୍ସିନ ଦିଆଯିବାପରେ ପାରାସିଟାମଲର ୫୦୦ଏମଜିର ୩ଟି ଟାବଳେଟ ଖାଇବାକୁ ପରାମର୍ଶ ଦିଆଯାଉଛି,ଯାହାକି ଉଚିତ ନୁହେଁ । କୋଭାକସିନ ନେବାପରେ ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ବାୟୋଟେକ ଟ୍ୱିଟ କରି କହିଛି ।

hiranchal ad1
Leave A Reply

Your email address will not be published.

two + thirteen =