ବାଧ୍ୟତାମୂଳକ ହେଲା ଏଟିଏସ ମାଧ୍ୟମରେ ଯାନବାହନ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌

0 97

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ ସମସ୍ତ ପରିବହନ ଯାନବାହନର ‘ଫିଟ୍‌ନେସ୍‌ ସାର୍ଟିଫିକେଟ୍‌’ କେବଳ ‘ଅଟୋମେଟେଡ୍‌ ଟେଷ୍ଟିଙ୍ଗ୍‌ ଷ୍ଟେସନ୍‌’ ମାଧ୍ୟମରେ କରାଇବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡିଛି । କେବଳ ‘ସେଣ୍ଟ୍ରାଲ୍‌ ମୋଟୋର୍‌ ଭେଇକଲ ରୁଲ୍‌ସ୍‌ ୧୯୮୯’ର ୧୭୫ ନିୟମ ଅନୁଯାୟୀ ପଞ୍ଜିକୃତ ହୋଇଥିବା ‘ଅଟୋମେଟେଡ୍‌ ଟେଷ୍ଟିଙ୍ଗ୍‌ ଷ୍ଟେସନ୍‌’ ମାଧ୍ୟମରେ ଏହି ‘ଫିଟ୍‌ନେସ୍‌ ସାର୍ଟିଫିକେଟ୍‌’ ମିଳିବ । ଉପରୋକ୍ତ ବିଜ୍ଞପ୍ତି ଅନୁସାରେ, ଭାରୀ ପଣ୍ୟବାହୀ ଯାନ/ଭାରୀ ଯାତ୍ରୀବାହୀ ମୋଟୋର୍‌ ଯାନ ନିମନ୍ତେ ୨୦୨୩ ଏପ୍ରିଲ୍‌ ୧ ତାରିଖରୁ ଏଭଳି ତନଖି କରାଯିବ । ସେହିପରି, ମଧ୍ୟମ ପଣ୍ୟବାହୀ ଯାନ/ମଧ୍ୟମ ଯାତ୍ରୀବାହୀ ମୋଟୋର୍‌ ଯାନ ଏବଂ ହାଲୁକା ମୋଟର୍‌ ଯାନ (ପରିବହନ) ନିମନ୍ତେ ତନଖି ୨୦୨୪ ଜୁନ୍‌ ୧ ତାରିଖରୁ ଆରମ୍ଭ ହେବ । ଉପରୋକ୍ତ ନିମୟରେ ପରିବର୍ତ୍ତନ କରାଯିବା ସଂକ୍ରାନ୍ତରେ ପୂର୍ବରୁ ମନ୍ତ୍ରାଳୟ ‘ଡ୍ରାଫ୍ଟ୍‌ ନୋଟିଫିକେସନ୍‌’ ଜାରି କରିଥିଲା ।

hiranchal ad1
Leave A Reply

Your email address will not be published.

fourteen + 18 =