ଏହି ବ୍ୟକ୍ତିଙ୍କୁ ୟୁକ୍ରେନର ରାଷ୍ଟ୍ରପତି କରିବାକୁ ଚାହୁଁଛନ୍ତି ପୁଟିନ୍‌

0 96

ନୂଆଦିଲ୍ଲୀ,୨/୩: ୟୁକ୍ରେନ ଉପରେ ଋଷ୍‌ କାହିଁକି ଆକ୍ରମଣ କରୁଛି,ତାହାର କାରଣ ଏକାଧିକ । ତା ଭିତରୁ ଗୋଟିଏ ହେଲା,ଭେଲୋଦିମିର ଜେଲେନସ୍କିଙ୍କୁ କ୍ଷମତାଚ୍ୟୁତ କରି ତାଙ୍କ ସ୍ଥାନରେ ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ୟୁକ୍ରେନର ରାଷ୍ଟ୍ରପତି କରାଇବା । ଯେଉଁ ବ୍ୟକ୍ତିଙ୍କୁ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ରାଷ୍ଟ୍ରପତି କରିବାକୁ ଚାହୁଁଛନ୍ତି,ତାଙ୍କ ନାମ ଏବେ ସାମ୍ନାକୁ ଆସିଛି । ସେ ହେଲେ ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚ୍‌ । ପଳାତକ ପୂର୍ବତନ ରାଷ୍ଟ୍ରପତିଙ୍କୁ ରୁଷ ବର୍ତ୍ତମାନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସ୍ଥାନରେ ବସାଇବାକୁ ଯୋଜନା କରୁଛି । ୟାନୁକୋଭିଚ୍‌ଙ୍କୁ ପୁନର୍ବାର ୟୁକ୍ରେନର ରାଷ୍ଟ୍ରପତି ଭାବେ ଘୋଷଣା କରିପାରେ । ୟାନୁକୋଭିଚ୍‌ଙ୍କ ଜନ୍ମ ଡୋନେଟ୍‌ ବେସିନରେ ଏକ ଗରିବ ପରିବାରରେ । ନିଜର କିଶୋରବସ୍ଥାରେ ସେ ଦୁଇ ଥର ଜେଲ୍‌ ଯାଇଛନ୍ତି । ୧୯୬୯ରେ ସେ ନିଜର ଗୃହନଗର ୟେନାକିଏଭ ଏବଂ ଏହାର ଆଖପାଖ ଅଞ୍ଚଳରେ ଅନେକ ଉଦ୍ୟୋଗରେ କାମ କରିଛନ୍ତି । ନିଜର ୨୦ ବର୍ଷର କ୍ୟାରିୟରରେ ସେ ମେକାନିକରୁ କାର୍ଯ୍ୟକାରୀ ଅଧିକାରୀ ହୋଇପାରିଥିଲେ । ୧୯୮୦ରେ ସେ ଡୋନେଟକ୍ସ ପୋଲିଟେକ୍ନିକ ଇନଷ୍ଟିଚ୍ୟୁଟ୍‌ରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ୨୦୦୨ରେ ୟୁକ୍ରେନ ରାଷ୍ଟ୍ରପତି ‘ଲିୟୋନିଦ କୁଚମା’ ୟାନୁକୋଭିଚଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରିଥିଲେ । ୟାନୁକୋଭିଚ୍‌ ପଦ ସମ୍ଭାଳିବା ପୂର୍ବରୁ ୟୁକ୍ରେନ ଭାଷାରେ କଥା କହି ପାରୁନଥିଲେ । ୨୦୦୪ ରାଷ୍ଟ୍ରପତି ନିର୍ବାଚନ ନିକଟତର ହେବା ମାତ୍ରେ ୟାନୁକୋଭିଚ୍‌ଙ୍କୁ କୁଚମାଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରାଗଲା । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ୟାନୁକୋଭିଚଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିଲେ । ନିର୍ବାଚନ ପ୍ରଚାରରେ ତାଙ୍କ ବିରୋଧୀ ପ୍ରାର୍ଥୀ ଭିକ୍ଟର ୟୁଶଚେଙ୍କଙ୍କ ଉପରେ ହମଲା ହେବା ପରେ ସେ ମୁକାବିଲାରୁ ଓହରି ଯାଇଥିଲେ । ଏହା ପରେ ୟାନୁକୋଭିଚଙ୍କୁ ବିଜୟୀ ଘୋଷିତ କରାଯାଇଥିଲା । ମାତ୍ର ଦେଶରେ ବ୍ୟାପକ ଜନ ଆନ୍ଦୋଳନ ପରେ ୟୁକ୍ରେନର ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା କରିଥିଲେ ଏବଂ ୟାନୁକୋଭିଚ୍‌ଙ୍କୁ ପରାଜିତ ଘୋଷଣା କରିଥିଲେ । ୨୦୨୦ରେ ୟାନୁକୋଭିଚ୍‌ ପୁନର୍ବାର ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଏବଂ ବହୁତ କମ ବ୍ୟବଧାନରେ ବିଜୟ ହାସଲ କରି ୨୦୨୦ ଫେବୃଆରୀ ୨୫ରେ ୟୁକ୍ରେନର ରାଷ୍ଟ୍ରପତି ହୋଇଥିଲେ । ରାଷ୍ଟ୍ରପତି ହେବା ମାତ୍ରେ ୟାନୁକୋଭିଚ୍‌ ରୁଷ ପ୍ରତି ଢଳିଥିଲେ । ୨୦୧୦ରେ ସେ ରୁଷ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବଙ୍କ ସହିତ ଏକ ରାଜିନାମା କରିଥିଲେ । ସେବସ୍ତୋପୋଲ ବନ୍ଦରକୁ ରୁଷକୁ ୨୦୪୨ ପର୍ଯ୍ୟନ୍ତ ଲିଜ୍‌ରେ ଦେଇଥିଲେ । ଭିକ୍ଟର ୨୦୧୦ ଫେବୃଆରୀରୁ ୨୦୧୪ରେ ନିଜର ନିଷ୍କାସନ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ରହିଥିଲେ ।

hiranchal ad1
Leave A Reply

Your email address will not be published.

5 × five =