ବିଧାନସଭାରେ ପିଟାପିଟି

0 78

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ହାଇ ଭୋଲଟେଜ ଡ୍ରାମା । ମୁହାଁମୁହିଁ ହେଲେ ତ୍ରୁଣମୂଳ କଂଗ୍ରେସ ଓ ବିଜେପି । କେହି ଶୁଣିଲେନି ବାଚସ୍ପତି କଥା । ଜଣଙ୍କ ଉପରେ ଜଣେ ଚଢିଗଲେ । ଏପରିକି ହାତ ମଧ୍ୟ ଉଠାଇଲେ । କଥା କଟାକଟି ଠାରୁ ଆରମ୍ଭ କରି ମାରପିଟ୍‌ ଯାଏଁ ମଧ୍ୟ ଗଲା କଥା । ବିଧାନସଭାରେ ତ୍ରୁଣମୂଳ କଂଗ୍ରେସ ବିଧାୟକ ଓ ବିଜେପି ବିଧାୟକଙ୍କ ମଧ୍ୟରେ ମାରପିଟ୍‌ ହୋଇଛି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ବିଜେପି ବିଧାୟକ ମନୋଜ ତ୍ୟାଗୀ ଏବଂ ଟିଏମ୍‌?ସି ବିଧାୟକ ଅସିତ ମଜୁମଦାରଙ୍କ ମଧ୍ୟରେ ଲଢେଇ ହୋଇଛି । ଏଥିରେ ବିଧାୟକ ଅସିତ ମଜୁମଦାର ଆହତ ହୋଇଥିବା କୁହାଯାଉଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ପଶ୍ଚିମବଙ୍ଗ ବିଧାନସଭା ବଜେଟ୍‌ ଅଧିବେଶନର ଶେଷ ଦିନ । ଏହି କଥିତ ଆକ୍ରମଣ ପରେ ବିଜେପି ବିଧାୟକମାନେ ବିଧାନସଭାରୁ ବାହାରୁ ଆସି ଯାଇଛନ୍ତି । ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ବୀରଭୂମଙ୍କ ଉପରେ ଆଲୋଚନା କରିବାକୁ ଚାହୁଁଥିଲେ, ଏହାକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା । ଏହାପରେ ଟିଏମସି ବିଧାୟକମାନେ ତାଙ୍କୁ ଧକ୍କା ମାରିବା ସହ ମାଡ ମାରିବା ଆରମ୍ଭ କରିଥିଲେ । ବିଧାନସଭା ବାହାରେ ବିରୋଧ ସମୟରେ ବିଜେପି ବିଧାୟକ ମନୋଜ ତ୍ୟାଗୀ କହିଛନ୍ତି ଯେ ଟିଏମସି ବିଧାୟକମାନେ ତାଙ୍କୁ ପ୍ରଥମେ ଠେଲାପେଲା କରିଥିଲେ । ଏହାପରେ ମାଡ ମାରିଥିଲେ । ସେ ତାଙ୍କ ସାର୍ଟ ଚିରିଯାଇଥିବା ବିଷୟରେ ମଧ୍ୟ କହିଥିଲେ । ଏହା ପରେ ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳର ନେତା ଶୁଭେନ୍ଦୁ ଆଧିକାରୀ ବିଧାନସଭା ବାହାରେ ନାରାବାଜି ଦେଇଥିଲେ । ସେପଟେ ଏହି ଘଟଣା ବାଚସ୍ପତି ୫ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine − eight =