ଭାରତୀୟ ଛାତ୍ରଙ୍କ ପାଇଁ ଏହି ବଡ଼ ନିଷ୍ପତ୍ତି ନେଲା ଆମେରିକା

0 99

ୱାଶିଂଟନ, ୨୭/୨: ଯୁଦ୍ଧ ଘନଘଟା ଭିତରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି ଆମେରିକା । ଭାରତୀୟଙ୍କ ପାଇଁ ନିଜର ଭିସା ନିୟମକୁ କୋହଳ କରିଛି ଆମେରିକା । ଏହି ନିଷ୍ପତ୍ତି ଭାରତୀୟମାନେ ଭିସା କ୍ଷେତ୍ରରେ ଏକ ବଡ଼ ଆଶ୍ୱସ୍ତି ପାଇବେ । ନିଜ ଦୂତାବାସରେ ଛାତ୍ର ତଥା ପେଶାଦାର ସମେତ ଭିସା ଆବେଦନକାରୀଙ୍କ ପାଇଁ ବ୍ୟକ୍ତିଗତ ଭାବେ ହାଜର ହୋଇ ସାକ୍ଷାତକାର ଦେବା ବାଧ୍ୟତାମୂଳକତାକୁ ହଟାଇଦେଇଛି ଆମେରିକା । ଆମେରିକାର ଜଣେ ବରିଷ୍ଠ ରାଷ୍ଟ୍ରଦୂତ ଭାରତୀୟ ଦୂତାବାସର ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି । ଦକ୍ଷିଣ ଏସିଆ ସମୁଦାୟର ନେତା ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରାମର୍ଶଦାତା ଅଜୟ ଜୈନ ଭୁଟୋରିଆ ଦକ୍ଷିଣ ମଧ୍ୟ ଏସିଆର ସହାୟକ ବୈଦେଶିକ ମନ୍ତ୍ରୀ ଡୋନଲ ଲୁ’ଙ୍କୁ ଭେଟିବା ପରେ କହିଛନ୍ତି, ଭିସା ନିୟମରେ ଭାରତୀୟଙ୍କୁ କୋହଳ ମିଳିବା ବହୁତ ଆବଶ୍ୟକତା ଥିଲା । ଭାରତୀୟ ନାଗରିକଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ । ଭିସାଜନିତ ଚିନ୍ତା ଏବଂ ସମସ୍ୟା ଦୂର ହେବ ।

hiranchal ad1
Leave A Reply

Your email address will not be published.

twenty − 4 =