ନୂଆଦିଲ୍ଲୀ : ବେଳେବେଳେ ମଣିଷର ମୁର୍ଖାମି ଯୋଗୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ । ଏପରି କି ଜୀବନ ଚାଲିଯିବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ । ସେହିଭଳି ଏକ ଘଟଣା ଘଟିଛି ଆମେରିକାର ଜଣେ ବ୍ୟକ୍ତି ସହିତ । ତାହା ପୁଣି ଆଉ କାହା ପାଇଁ ନୁହେଁ,ନିଜ ପତ୍ନୀଙ୍କ ଦାୟିତ୍ୱହୀନ ଓ ମୁର୍ଖାମି କାମ ଯୋଗୁ । ଏହି ବ୍ୟକ୍ତିଙ୍କର ଯୌନାଙ୍ଗରେ କିଛି ସମସ୍ୟା ଦେଖାଦେଇଥିଲା । ସେ ଖୁବ କଷ୍ଟ ଅନୁଭବ କରୁଥିଲେ । ଏହାଦେଖି ତାଙ୍କ ପତ୍ନୀ ଡାକ୍ତରଙ୍କ ସହ ପରାମର୍ଶ ନକରି ସ୍ୱାମୀଙ୍କ ଯୌନାଙ୍ଗରେ ଘରେ ଥିବା ଇନସୁଲେସନ ସ୍ପ୍ରେ ପ୍ରୟୋଗ କରିଦେଲେ । ଏହାପରେ ସମସ୍ୟା କମିବା ପରିବର୍ତ୍ତେ ଆହୁରି ଗୁରୁତର ହୋଇପଡ଼ିଲା । ସ୍ୱାମୀଙ୍କ ଯୌନାଙ୍ଗ ସାରା ଘା ହୋଇଗଲା । ପରିସ୍ଥିତି ଏତେ ସାଂଘାତିକ ହୋଇଥିଲେ ମଧ୍ୟ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଡାକ୍ତରଙ୍କ ପାଖକୁ ତିନି ସପ୍ତାହ ଧରି ନେଇନଥିଲେ । ଫଳରେ ଘା ଅନ୍ୟ ଆଡ଼କୁ ବ୍ୟାପିଗଲା ଏବଂ ଯନ୍ତ୍ରଣା ବହୁ ଗୁଣରେ ବଢିଗଲା । ଏପରି କି, ବ୍ୟକ୍ତି ଜଣକ ପରିସ୍ରା କରିବା ମୁସକିଲ ହୋଇପଡ଼ିଲା । ପରିସ୍ରା ଦ୍ୱାରରୁ ରକ୍ତ ବାହାରିଲା । ଏହାପରେ ମହିଳା ଜଣକ ଡାକ୍ତରଙ୍କ ପାଖକୁ ଗଲେ । ବହୁ ପରିଶ୍ରମ ପରେ ଡାକ୍ତର ସେହି ସ୍ପ୍ରେର ଅଂଶକୁ ବାହାର କରିଦେଲେ । କିନ୍ତୁ ଡାକ୍ତର ମହିଳାଙ୍କୁ ସଫା ସଫା ଜଣାଇଦେଲେ ଯେ ତାଙ୍କ ସ୍ୱାମୀ ଆଉ ସେକ୍ସ ଅର୍ଥାତ ସହବାସ କରିପାରିବେ ନାହିଁ । ଏବେ ଉଭୟଙ୍କ ପାଇଁ ମୁଣ୍ଡରେ ହାତ ଦେବା ଛଡ଼ା ଆଉ କିଛି ଉପାୟ ନାହିଁ ।