ଅନେକ ଭାରତୀୟଙ୍କୁ ବଞ୍ଚାଇଥିଲେ ଏହି ମହିଳା ପାଇଲଟ

0 56

ନୂଆଦିଲ୍ଲୀ ; କରୋନା କାଳରେ ବହୁ ଲୋକ ଅନେକ ମହତ କାର୍ଯ୍ୟକରି ନିଜର ମଣିଷପଣିଆ ଦେଖାଇଛନ୍ତି । ବିଭିନ୍ନ ଭୂମିକାରେ ସେମାନେ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଲୋକଙ୍କ ପାଇଁ ସେମାନେ ଦେବଦୂତ ସାଜିଛନ୍ତି । ୨୦୨୦ରେ କରୋନା ଆରମ୍ଭ ସମୟରେ ଏହି ବ୍ୟକ୍ତିମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ବିସ୍ମୟକର ଥିଲା । କାରଣ,ସେମାନେ ନିଜ ଜୀବନକୁ ବାଜି ଳଗାଇ କାମ କରୁଥିଲେ । ସେହିଭଳି ଜଣେ ବ୍ୟକ୍ତିତ୍ୱ ହେଲେ ମହିଳା ପାଇଲଟ ମୁମ୍ବାଇର ଲକ୍ଷ୍ମୀ ଜୋଷୀଙ୍କ କଥା । ଯିଏ ୨୦୨୦ ମେ ମାସରେ କରୋନା ମହାମାରୀ ସମୟରେ ଚୀନର ସାଙ୍ଘାଇ ଯାଇ ଭାରତୀୟଙ୍କୁ ଉଦ୍ଧାର କରି ଦେଶ ମାଟିରେ ପହଞ୍ଚାଇଥିଲେ । ଲକ୍ଷ୍ମୀ ୮ ବର୍ଷ ର ଥିଲେ । ସେତେବେଳେ ସେ ପ୍ରଥମ ଥର ବିମାନରେ ବସିଥିଲେ । ସେବେଠୁ ସେ ଲକ୍ଷ୍ୟ ରଖିଥିଲେ ବଡ ହେଲେ ସେ ବିମାନ ଉଡାଇବେ । ସେଥିପାଇଁ ମାଟିରେ ଠିଆ ହୋଇ ଆକାଶର ସ୍ୱପ୍ନ ଦେଖୁଥିଲେ ଲକ୍ଷ୍ମୀ । ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ଦୀର୍ଘ ଦିନର ପରିଶ୍ରମ ପରେ ସେ ଆଜି ଜଣେ ପାଇଲଟ୍‌ । ସବୁଠୁ ବଡ କଥା ହେଉଛି ଲକ୍ଷ୍ମୀ ପ୍ରଥମ ବିମାନ ଚାଳନା ଚୀନର ସାଙ୍ଘାଇକୁ କରିଥିଲେ । ୨୦୨୦ ମେ ମାସରେ । ଯେତେବେଳେ କରୋନା ମହାମାରୀକୁ ନେଇ ଦେଶ ଉଠୁଥିଲା ପଡୁଥିଲା, ସେହି ସମୟରେ ଚୀନରେ ଫସିରହିଥିବା ଲୋକଙ୍କୁ ସେ ତାଙ୍କ ପ୍ରଥମ ବିମାନରେ ଆଣି ଭାରତରେ ଛାଡିଥିଲେ । ଏକ ସାକ୍ଷାତକାରରରେ ଲକ୍ଷ୍ମୀ କହିଛନ୍ତି, ତାଙ୍କ ସ୍ୱପ୍ନ ପୂରଣ କରିବାରେ ତାଙ୍କ ବାପାଙ୍କର ବଡ ହାତ ରହିଛି । ତାଙ୍କ ବାପା ଋଣ କରି ତାଙ୍କୁ ପାଠ ପଢାଇଛନ୍ତି । ପ୍ରଥମ ଥର ଯେତେବେଳେ ସେ ତାଙ୍କ ବାପାଙ୍କୁ ପାଇଲଟ୍‌ ହେବା କଥା କହିଲେ, ସେତେବେଳେ ତାଙ୍କ ବାପା କହିଥିଲେ, ‘ଯା, ଆକାଶ ହିଁ ତୋ ସୀମା’ । ଲକ୍ଷ୍ମୀ ଏୟାର ଇଣ୍ଡିଆରେ ଚାକିରି କଲେ । ତାଙ୍କୁ ପ୍ରଥମ ଉଡାଣ କରୋନା ମହାମାରୀ ସମୟରେ ଚୀନ ସାଙ୍ଘାଇକୁ ନେବାର ଥିଲା । ଘର ଲୋକେ ଏକଥା ଶୁଣି ଭୟଭୀତ ହୋଇଯାଇଥିଲେ । କିନ୍ତୁ ଲକ୍ଷ୍ମୀ ସାହସର ସହ ଏହି କାମକରି ଦେଖାଇ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

ten − nine =