ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରୁଥିଲେ, ହୃଦଘାତରେ ମଞ୍ଚରେ ଚାଲିଗଲା ଜୀବନ ; ଆସିଲା ଦୁଃଖଦ ଭିଡିଓ

0 83

ଜମ୍ମୁ : ଦେଶ ତଥା ବିଶ୍ୱରେ ଲଗାତାର ଭାବେ ହଠାତ୍‌ ହୃଦଘାତଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । କେତେବେଳେ ମଞ୍ଚରେ ନୃତ୍ୟ କରୁଥିବା ବେଳେ ମଧ୍ୟ କେତେକ ସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ନଜିର ରହିଛି । ଜାମ୍ମୁରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ କଳାକାର ମାତା ପାର୍ବତୀ ଭୂମିକାରେ ନାଚୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ । ହୃଦଘାତ ପରେ ତୁରନ୍ତ ମଞ୍ଚରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଏହି ଘଟଣା ଜାମ୍ମୁର ବିଷ୍ଣୁ ତହସିଲରୁ ଆସିଛି । ଏହି ଘଟଣାର ଏକ ଯନ୍ତ୍ରଣାଦାୟକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ଜାଗରଣ ଏଠାରେ ଆୟୋଜିତ ହୋଇଥିଲା । ଏହି ସମୟରେ ଯୋଗେଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ମାତା ପାର୍ବତୀ ଭୂମିକାରେ ନାଚୁଥିଲେ । ଅନ୍ୟ ଜଣେ କଳାକାର ପ୍ରଭୁ ଶଙ୍କର ଭୂମିକାରେ ଅଭିନୟ କରୁଥିବାବେଳେ ସେ ତାଙ୍କ ପାଖରେ ଠିଆ ହୋଇ ଅପେକ୍ଷା କରିଥିଲେ ।
ଏହି ସମୟରେ ହଠାତ୍‌ ମାତା ପାର୍ବତୀଙ୍କ ଭୂମିକାରେ ନାଚୁଥିବା ଯୋଗେଶ ଗୁପ୍ତା ତଳେ ପଡ଼ିଗଲେ କିନ୍ତୁ ପୁନର୍ବାର ଉଠିଥିଲେ । ଏହା ପରେ, ସେ ବାରମ୍ବାର ପଡିଥିଲେ କିନ୍ତୁ ଆଉ ସେ ଉଠି ପାରିନଥିଲେ । ଆଶ୍ଚର୍ଯ୍ୟର କଥା, ଏହି ନୃତ୍ୟ ଦେଖୁଥିବା ଲୋକମାନେ ମଧ୍ୟ ବିଶ୍ୱାସ କରିପାରିନଖିଲେ ଯେ, ତାଙ୍କୁ ହୃଦଘାତ ହୋଇଛି । ଯେତେବେଳେ ଯୋଗେଶ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାଗ୍ରତ ହୋଇନଥିଲେ, ଅନ୍ୟ କଳାକାରମାନେ ତାଙ୍କ ନିକଟରେ ପହଞ୍ଚିଥିଲେ ।
ଭିଡିଓରେ ଦେଖାଯାଉଛି ଯେ ପ୍ରଭୁ ଶଙ୍କର ଭୂମିକାରେ ଅଭିନୟ କରୁଥିବା କଳାକାର ଯୋଗେଶଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଉଠି ପାରିନଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଯୋଗେଶଙ୍କର ହୃଦଘାତ ହୋଇ ମୃତ୍ୟୁ ବରଣ ହୋଇଥିବା ଜଣାପଡିଛି । ଭିଡିଓ ଦେଖନ୍ତୁ ..

hiring
hiranchal ad1
Leave A Reply

Your email address will not be published.

1 + 14 =