ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ

0 269

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସମସ୍ତ ୨୦ ରାଉଣ୍ଡରେ ଟ୍ରେଣ୍ଡ ରହିବା ପରେ ବିଜେପି କଂଗ୍ରେସକୁ ପଛରେ ପକାଇ ବିଜେଡି ବିଜୟୀ ହୋଇଛି । ମୋଟ ୬୫ହଜାର ୭୯୧ଭୋଟ ବ୍ୟବଧାନରେ ବ୍ରଜରାଜନଗରରେ ବିଜୟର ବାନା ଉଡାଇଲା ବିଜେଡି । ୨୦ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଲକା ମହାନ୍ତି ୯୩୭୯୦ ଭୋଟ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୭୫୬୫ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨୩୧୬ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛି । ବିଜେପି ପ୍ରାର୍ଥୀଙ୍କଠାରୁ କଂଗ୍ରେସ ପ୍ରାର୍ଥୀ ୫୨୪୯ ଭୋଟ ଆଗୁଆ ରହିଛନ୍ତି । ଯାହା ରାଜ୍ୟ କଂଗ୍ରେସ ପାଇଁ ଏକ ଖୁସିର ବିଷୟ ।

hiring

ପ୍ରକାଶ ଯେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବିଜୟ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଆସୁଥିଲା । ଏବେ ଉକ୍ତ ଚର୍ଚ୍ଚା ସତ ହୋଇଛି ।  ବିଜେଡିର ବିପୁଳ ବିଜୟ ହୋଇଛି ।  ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜୟ ଲାଭ କରିଛନ୍ତି ।  କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ହରାଇଛନ୍ତି ।  ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସିଥିବା ଜଣାଯାଇଛି । 

ତେବେ ବିଜେଡି ପ୍ରାର୍ଥୀଙ୍କ ବିଜୟ ନେଇ ବର୍ତ୍ତମାନ ସୁଦ୍ଧା ନିର୍ବାଚନ କମିଶନ ଘୋଷଣା କରିନାହାନ୍ତି ।

hiranchal ad1
Leave A Reply

Your email address will not be published.

one × 4 =