ପ୍ରଦୀପ ଓ ଜୟଦେବଙ୍କୁ ରାଜ୍ୟସଭା ଟିକଟ ନ ମିଳିବାରୁ ନବରଙ୍ଗପୁରବାସୀ ନିରାଶ

0 278

ନବରଙ୍ଗପୁର: ବରିଷ୍ଠ ଆଦିବାସୀ ନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ମିଳିଲାନି ରାଜ୍ୟସଭା ସାଂସଦ ଟିକଟ । ଫଳରେ ନବରଙ୍ଗପୁର ଜିଲ୍ଲାବାସୀ ନିରାଶ ହୋଇଛନ୍ତି । ପ୍ରଦୀପ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପଦ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପଦ ଦିଆଯାଇଛି । ତେବେ ସମସ୍ତଙ୍କର ଆଶା ଥିଲା ଯେ, ଏଥର ପ୍ରଦୀପଙ୍କୁ ରାଜ୍ୟସଭା ସାଂସଦ ପଦଟିଏ ମିଳିବ । ରାୟଗଡାର ଏନ.ଭାସ୍କର ରାଓଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ନିଶ୍ଚିତ ଭାବରେ ତାଙ୍କର ପଦବୀ ଅବିଭକ୍ତ କୋରାପୁଟ ଜିଲାର ଜଣେ ନେତା ଭାଗରେ ପଡିବ ବୋଲି ସମସ୍ତଙ୍କର ଧାରଣା ରହିଥିଲା । ତେବେ ଏହି କ୍ରମରେ ଟାଣୁଆ ନେତା ପ୍ରଦୀପ ମାଝୀ ସର୍ବାଗ୍ରେ ରହିଥିବା ସାଧାରଣରେ ଚର୍ଚ୍ଚା ହୋଇଆସୁଥିଲା ।
ତେବେ ଗତକାଲିର ଘୋଷଣାରେ ସମସ୍ତଙ୍କର ଆଶା ନିରାଶାରେ ପରିଣତ ହୋଇଛି । ଅବିଭକ୍ତ କୋରାପୁଟ ଜିଲାରୁ କାହାକୁ ମଧ୍ୟ ଏହି ପଦବୀ ମିଳିନାହିଁ । ତେବେ ବହୁ ଆଶାକରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପଙ୍କୁ ବିଜେଡି ଦଳ ପକ୍ଷରୁ ଧୋକା ହୋଇଥିବା ନେଇ ଆଲୋଚନା ହେଉଛି । ପ୍ରଦୀପ ବିଜେଡ଼ିରେ ମିଶିବା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି ଦଳ ଜିଲ୍ଲାରେ କ୍ଲିନ୍‌ ସ୍ୱିପ କରିଥିଲା । ସବୁଠାରୁ ପଛୁଆ ଅଞ୍ଚଳରୁ ରାଜ୍ୟସଭା ସାଂସଦ ଭାବେ ପ୍ରଦୀପ ବାବୁ ଯାଇଥିଲେ ଏହ ଅଞ୍ଚଳର ବିକାଶ ହୋଇ ପାରିଥାନ୍ତା । ବିଶେଷ କରି କେନ୍ଦ୍ର ସରକାରଙ୍କର ଦ୍ୱାରା କରାଯାଉଥିବା ବହୁ ଯୋଜନାର କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିଥାନ୍ତା ବୋଲି ମତପ୍ରକାଶ ପାଇଛି । ଏଡାଛଡା ଏହି ଅଞ୍ଚଳର ବହୁ ସମସ୍ୟା ଉଠାଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥାନ୍ତେ । ତେବେ ପଛଆ ଅଞ୍ଚଳର ଆଦିବାସୀ ନେତା ପ୍ରଦୀପଙ୍କୁ ଏହିପଦବୀ ନମିଳିବା ନେଇ ତାଙ୍କର ସମର୍ଥକଙ୍କର ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଅବିଭକ୍ତ କୋରାପୁଟ ଜିଲାର ଅନ୍ୟତମ ଟାଣୁଆ ଓ ବର୍ଷିୟାନ ନେତା ଉମରକୋଟର ଜୟଦେବ ପରିଡା ମଧ୍ୟ ଆଶାୟୀ ରହିଥିବା ବେଳେ ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ସେ ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ଥିଲେ । କଂଗ୍ରେସ ଗଡରେ ସେ ଅଣକଂଗ୍ରେସ ସଙ୍ଗଠନ ର ମୂଳଦୁଆ ପକାଇଥିଲେ । ବିଭିନ୍ନ ମହଲରୁ ଜୟଦେବଙ୍କ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଥିବା ବେଳେ ସମସ୍ତଙ୍କୁ ନିରାଶା ହେବାକୁ ପଡ଼ିଛି ।

hiranchal ad1
Leave A Reply

Your email address will not be published.

8 + 8 =