ଘୋଷଣା ହେଲା ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଜାଣନ୍ତୁ କେଉଁ ଓଡିଆ ଫିଲ୍ମ ମାରିଲା ବାଜି

0 210

ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି । ଶ୍ରେଷ୍ଠ ଅଭିନେତା ଭାବେ ଶାହରୁଖ ଖାନଙ୍କ ନାଁ ଘୋଷଣା କରାଯାଇଛି । ଯବାନ ଫିଲ୍ମ ପାଇଁ ତାଙ୍କୁ ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରାଯିବ । ଏହା ଶାହରୁଖ ଖାନଙ୍କ ପ୍ରଥମ ଜାତୀୟ ପୁରସ୍କାର ହେବ । ଭାରତୀୟ ସିନେମାରେ ଉତ୍କର୍ଷତାକୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥାଏ । ଅଭିନୟ, ନିର୍ଦ୍ଦେଶନା, ସଙ୍ଗୀତ ଏବଂ ପ୍ରଯୋଜନା ଭଳି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ଦେଇଥାଏ ଏହି ପୁରସ୍କାର । ଜୁରିମାନେ ଶୁକ୍ରବାର ଅପରାହ୍ନ ୪ଟାରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ର ମନ୍ତ୍ରୀ ଏଲ୍ ମୁରୁଗାନଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ, ନୂଆଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟରରେ ଜୁରି ସଦସ୍ୟମାନେ ଆନୁଷ୍ଠାନିକ ଭାବରେ ବିଭିନ୍ନ ବର୍ଗରେ ବିଜେତାଙ୍କ ନାମ ଘୋଷଣା କରିଥିଲେ ।

କୋଭିଡ୍ ମହାମାରୀ ଯୋଗୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନରେ ବିଳମ୍ବିତ ହେଉଛି । ୨୦୨୪ରେ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ଦିଆଯାଇଥିଲା । ଏବେ ଏହି ବର୍ଷ ସେହି ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ଦିଆଯିବ ଯାହା ୨୦୨୩ ମସିହାରେ ମୁକ୍ତିଲାଭ କରିଥିଲା ।

hiring

ଯବାନ ଫିଲ୍ମ ପାଇଁ ଶାହରୁଖ ଖାନ ଓ 12th ଫେଲ୍ ପାଇଁ ବିକ୍ରାନ୍ତ ମାସେଙ୍କ ଶ୍ରେଷ୍ଠ ଅଭିନେତା ଘୋଷଣା କରାଯାଇଛି । ସେହିପରି ରାଣୀ ମୁଖର୍ଜୀ ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି । ‘କଠଲ୍’ ହିନ୍ଦୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି ।

ସେହିପରି ଏଥିରେ ଅନେକ ଫିଲ୍ମ ଇଣ୍ଡଷ୍ଟ୍ରିର  ଅଭିନେତା, ଅଭିନେତ୍ରୀ ଏବଂ ଫିଲ୍ମକୁ ପୁରସ୍କାର ମିଳିଥିବା ବେଳେ ଓଲିଉଡର ନାଁ ମଧ୍ୟ ସାମିଲ ହୋଇଛି । ଏଥିରେ ବାଜି ମାରି ନେଇଛି ଓଡ଼ିଆ ଫିଲ୍ମ ‘ପୁଷ୍କରା’।  ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ‘ପୁଷ୍କରା’ ନାଁ ଘୋଷଣା କରାଯାଇଛି । 

 ‘ପୁଷ୍କରା’ ତରଙ୍ଗ ସିନେ ପ୍ରଡକସନ୍ସରେ ନିର୍ମିତ  ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭୀନୟ କରିଛନ୍ତି। ଏଥିରେ ଓଲିଉଡର ଗ୍ଲାମରସ୍ ନାୟିକା ସୁପ୍ରିୟାଙ୍କୁ ବି ଦେଖିବାକୁ ମିଳିଛି।  ଏଥିରେ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତିଙ୍କୁ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି ମିଶ୍ର, ଶଙ୍କର ପ୍ରଧାନ ଆଦି କଳାକାରମାନେ ଅଭିନୟ କରିଛନ୍ତି।  ପୁଷ୍କରା’ର ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦେବୀଦତ୍ତ ମହାନ୍ତି ଓ ଚିତ୍ରା ପଟ୍ଟନାୟକ।। ସିନେମାଟୋଗ୍ରାଫର୍ ଶୁଭ୍ରାଂଶୁ ଦାଶ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। କାହଣୀ ଓ ସଂଳାପ ଶଙ୍କର ତ୍ରିପାଠୀ। ରମେଶ ବାରିକ ଏହାର ନିର୍ମାତା ଥିବାବେଳେ ଏହି ଫିଲ୍ମର ସଙ୍ଗୀତ କାର ବିଭୂତୀ ଭୂଷଣ ଗଡ଼ନାୟକ।  

‘ପୁଷ୍କରା’ ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ। ଏହାର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ।  ଏହି ଚଳଚ୍ଚିତ୍ରରେ ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗା ଭସା ଭଳି ପରମ୍ପରା ଦେଖାଯାଇଛି ।୨୦୨୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ବହୁ ପ୍ରଶଂସା ସାଉଁଟିଥିଲା । 

hiranchal ad1
Leave A Reply

Your email address will not be published.

15 − five =