୧୮ରୁ ପୁରୀରେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ରାଲି

0 69

ପୁରୀ : ଅଗ୍ନପଥ ଯୋଜନାରେ ସେନାରେ ନିଯୁକ୍ତି ପାଇଁ ଚଳିତ ମାସ ୧୮ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ପୁରୀ, କଟକ,ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ନିଯୁକ୍ତି ଆଶାୟୀ ଆବେଦନକାରୀଙ୍କର ସର୍ଟ ଲିଷ୍ଟ କରାଯାଇଛି । ପୂର୍ବରୁ ଅନଲାଇନ କମନ ଏଣ୍ଟ୍ରାନ୍ସ ପରୀକ୍ଷା ବା ସିଇଇ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କ ର ସର୍ଟ ଲିଷ୍ଟ ଆଧାରରେ ଶାରୀରିକ ଫିଟନେସ ଟେଷ୍ଟ ଓ ମେଡ଼ିକାଲ ଯାଞ୍ଚ କରାଯିବ ।ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ପ୍ରଦତ ଇମେଲ ଆଇଡିରେ ଆଡମିଟ କାର୍ଡ ପ୍ରେରଣ କରାଯାଇଛି । ପରୀକ୍ଷାର୍ଥୀ ଆର୍ମି ୱେବ ସାଇଟ www.joinindianarmy.nic.inରେ ନିଜ ପ୍ରୋଫାଇଲରେ ଲଗ ଇନ କରି ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ । କୌଣସି ସମସ୍ୟା ପାଇଁ ପ୍ରାର୍ଥୀ କଟକ ଏଆରଓ ଙ୍କୁ ୯୪୩୭୧୬୨୨୮୦ ୦୬୭୧-୨୩୦୫୨୮୦ ନମ୍ବର ରେ ଯୋଗାଯୋଗ କରି ପାରିବେ । ସେନାରେ ନିଯୁକ୍ତ ଦକ୍ଷତା, ଯୋଗ୍ୟତା ଆଧାରରେ ସମ୍ପୂର୍ଣ୍ଣ ସ୍ୱଛତାରେ କରାଯାଏ । ଏଥିରେ କୌଣସି ଦଲାଲ ବା ଠକ ମାନଙ୍କ ପ୍ରଲୋଭନରେ ନ ପଡିବା ପ୍ରାର୍ଥୀମାନଙ୍କୁ ଆର୍ମି ପକ୍ଷରୁ ସଚେତନ କରାଯାଇଛି । ଅପରପକ୍ଷରେ ଏହି ଦଲାଲ ମାନଙ୍କୁ ଧରିବା ପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

20 − 3 =