ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ(ଏସ୍ପି) ଭାବେ ନାଗରାଜ ଦେବରକୋଣ୍ଡା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ନାଗରାଜ ପୋଲିସ ମୁଖ୍ୟାଳୟରେ ଏଆଇଜି ଭାବେ କାର୍ଯ୍ୟ କରୁଥିଲେ । ପୂର୍ବତନ ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଥିବା ନୂତନ ଏସ୍ପିଙ୍କୁ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସମସ୍ତ ଥାନାର ଅଧିକାରୀମାନେ ସ୍ୱାଗତ କରିଥିଲେ । ରାଜପ୍ରସାଦଙ୍କୁ ବାଲେଶ୍ୱର ବଦଳି କରାଯାଇଛି ।
![hiring](https://hiranchallive.in/wp-content/uploads/2021/10/WhatsApp-Image-2021-10-19-at-9.23.48-PM.jpeg)
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)