ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜଙ୍କୁ ହୀରାଞ୍ଚଳ ପରିବାର ପକ୍ଷରୁ ଅଭିନନ୍ଦନ

0 139

ଭୁବନେଶ୍ୱର : ସମସ୍ତ କଳ୍ପନଜଳ୍ପନା,ସସ୍‌ପେନ୍ସ ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ପରିଶେଷରେ ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ଯେଉଁମାନଙ୍କ ଉପରେ ସୁନାକଳସ ଢାଳିଛନ୍ତି ବିଜେଡି ସୁପ୍ରିମୋ ତଥା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସେମାନେ ହେଲେ ଦଳର ମୁଖପାତ୍ର ସୁଲତା ଦେଓ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ,ସଫଳ ଯୁବନେତା ଡ.ସସ୍ମିତ ପାତ୍ର ଓ ଅଭିଜ୍ଞ ନେତା ନିରଞ୍ଜନ ବିଶି । ଏନେଇ ଦଳ ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ମାନସ ମଙ୍ଗରାଜଙ୍କୁ ଏହି ଅବସରରେ ଦୈନିକ ଓଡ଼ିଆ ଖବରକାଗଜ ହୀରା ଳ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଅନ୍ୟାନ୍ୟ କ୍ଷେତ୍ର ଭଳି ଦିଲ୍ଲୀରେ ମଧ୍ୟ ସେ ସଫଳତା ପାଇବେ ବୋଲି ପରିବାର ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।
ରାଜ୍ୟସଭା ଟିକେଟ ପାଇବା ପରେ ଚାରି ପ୍ରାର୍ଥୀ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ତା’ସହ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ମାନସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜନୀତିରେ ସେ ଦୀର୍ଘ ବର୍ଷ ହେଲା ଅଛନ୍ତି । ରାଜ୍ୟସଭାରେ ଓଡ଼ିଶାର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ତାହାର ଦୂରୀକରଣ ଦିଗରେ ସେ ନିଷ୍ଠାର ସହ କାର୍ଯ୍ୟ କରିବେ । ଦିଲ୍ଲୀରେ ଓଡ଼ିଶାର ସ୍ୱରକୁ ପହଞ୍ଚାଇବା ସହିତ ତାହାକୁ ଅଧିକ ଶାଣିତ କରିବା ତାଙ୍କର ପ୍ରମୁଖ କର୍ତ୍ତବ୍ୟ ହେବ ବୋଲି ସେ କହିଛନ୍ତି ।

ରାଜ୍ୟସଭା ଯିବାକୁ ସୁଯୋଗ ପାଇଥିବା ମାନସ ଗଣମାଧ୍ୟମ, ଲୋକ-ସଂପର୍କ, ରାଜନୀତି ଓ ସାମାଜିକ ତଥା ସମାଜସେବା କ୍ଷେତ୍ରର ଏକ ସୁପରିଚିତ ନାମ । ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରେ ସେ ତାଙ୍କର ଅମାୟିକ ବ୍ୟବହାର, ଗଠନମୂଳକ ରାଜନୈତିକ ଓ ସାମାଜିକ କାର୍ଯ୍ୟକଳାପ ପାଇଁ ଘରେ ଘରେ ପରିଚିତ । ତାଙ୍କର ବଳିଷ୍ଠ ସାଙ୍ଗଠନିକ ଦକ୍ଷତା, କାର୍ଯ୍ୟନିଷ୍ଠା ଓ ଅଭୂତପୂର୍ବ ଲୋକସଂପର୍କକୁ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳର ଓ ରାଜ୍ୟ ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ଭାବେ ନିଯୁକ୍ତ କରିଥଲେ । ଦଳର ମିଡ଼ିଆ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ମୂଳତଃ ଜଣେ ସାମ୍ବାଦିକଭାବେ ସେ ନିଜର ସାମାଜିକ ଓ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଦୀର୍ଘ ବର୍ଷଧରି ସାମ୍ବାଦିକତା କରି ସେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି । ଗଣମାଧ୍ୟମ ସହିତ ନିଜର ଏହି ଗଭୀର ଆତ୍ମିକ ସଂପର୍କ କାରଣରୁ ସେ ସାମ୍ବାଦିକମାନଙ୍କର ସମସ୍ୟା ସଂପର୍କରେ ଅବଗତ ଥିଲେ ।

hiring

ଏହି କାରଣରୁ ସେ ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ହେବା ପରେ ସାମ୍ବାଦିକମାନଙ୍କର କଲ୍ୟାଣ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ ଏବଂ ସେ ଦିଗରେ ସେ ସଫଳ ମଧ୍ୟ ହୋଇଥିଲେ । କୋଭିଡ ମହାମାରୀ ସମୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ଜୀବନ ସୁରକ୍ଷା ଦିଗରେ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ । ତାଙ୍କର ଅକ୍ଲାନ୍ତ ପ୍ରୟାସ ଫଳରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରାଯାଇଥିଲା । ଫଳରେ କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାର ଆର୍ଥିକ ସହାୟତା ପାଇପାରିଥିଲେ । ସେହିପରି,ସାମ୍ବାଦିକମାନଙ୍କର ସ୍ୱାସ୍ଥ୍ୟବୀମାକୁ ଆହୁରି ବ୍ୟାପକ ଓ ଉପଯୋଗୀ କରାଇବାରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଛି ।

ରାଜନୀତି ଓ ଗଣମାଧ୍ୟମ ତଥା ଲୋକସଂପର୍କ କ୍ଷେତ୍ରରେ ବିଶାଳ ଅଭିଜ୍ଞତା ଓ ଗଭୀରତା ଥିବା ଏଭଳି ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଯାଉଥିବାରୁ ସେଥିନେଇ କେବଳ ବିଜେଡି ନୁହେଁ,ଗଣମାଧ୍ୟମ ଓ ଅନ୍ୟ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ସାମାଜିକ ଅନୁଷ୍ଠାନ,ଗଣମାଧ୍ୟମ ପ୍ରତିଷ୍ଠାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଆ ଦୈନିକ ଖବରକାଗଜ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇବ ପରିବାର ପକ୍ଷରୁ ତାଙ୍କୁ ଏହି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

hiranchal ad1
Leave A Reply

Your email address will not be published.

fifteen + seven =