ଦୁଷ୍କର୍ମକାରୀଙ୍କୁ ମିଳିବ କଡ଼ାଦଣ୍ଡ, ପଶ୍ଚିମବଙ୍ଗ ବିଧାନସଭାରେ ଘୋଷଣା ହେଲା ‘ଅପରାଜିତା’ ବିଲ୍‌

0 57

ଅପରାଜିତା ବିଲ୍‌କୁ ଐତିହାସିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ I

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭାରେ ଆଜି ସର୍ବସମ୍ମତି କ୍ରମେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା ମହିଳା ଓ ଶିଶୁ ସୁରକ୍ଷା’ ବିଲ୍‌ ପାରିତ ହୋଇଛି । ଏହି ବିଲରେ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ରେପ୍‌ ଏବଂ ଗ୍ୟାଙ୍ଗ୍‌ ରେପ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଜାମିନ ବିହୀନ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି।

hiring

ପଶ୍ଚିମବଙ୍ଗ ବିଧାନସଭାରେ ଏହି ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍‌କୁ ଐତିହାସିକ ବୋଲି କହିଛନ୍ତି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ବୋଲି ସେ କହିଛନ୍ତି । ବିଧାନସଭାରେ ଏହି ବିଲ୍ ଉପରେ ଆଲୋଚନା ବେଳେ ବିଜେପି ବିଧାୟକ ଶିଖା ଚାଟାର୍ଜୀ, ଅଗ୍ନିମିତ୍ରା ପାଲ୍ ଏବଂ ଶୁଭେନ୍ଦୁ ଆଧିକାରୀ ମଧ୍ୟ ନିଜର ମତ ରଖିଥିଲେ ।

କ’ଣ ରହିଛି ଏହି ଅପରାଜିତା ବିଲ୍‌ରେ ;

  • ବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହେବ I
  • ଅପରାଜିତା ବିଲ୍ ଅନୁଯାୟୀ, ଚାର୍ଜସିଟ୍ ଦାଖଲ କରିବାର ୩୬ ଦିନ ମଧ୍ୟରେ ଅଭିଯୋଗ ପ୍ରମାଣିତ ହେବା ପରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।
  • ଏହି ବିଲ୍ ଅଧୀନରେ ପ୍ରତ୍ୟେକ ଜିଲ୍ଲାର ମହିଳାମାନଙ୍କ ପାଇଁ ଅପରାଜିତା ଟାସ୍କ ଫୋର୍ସ ଗଠନ କରାଯିବ।
  • ବଳାତ୍କାର, ଏସିଡ୍ ଆକ୍ରମଣ କିମ୍ବା ନିର୍ଯାତନା ମାମଲାରେ ଟାସ୍କଫୋର୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
  • ଏସିଡ୍ ଆକ୍ରମଣ ମାମଲାରେ ମଧ୍ୟ କଠୋର ଦଣ୍ଡ ଦିଆଯିବ, ଏସିଡ୍ ଆକ୍ରମଣ ଅପରାଧ ପାଇଁ ଆଜୀବନ କାରାଦଣ୍ଡାଦେଶ ଦେବାକୁ ବିଲରେ ବ୍ୟବସ୍ଥା ରହିଛି।
  • ଏହା ବ୍ୟତୀତ ବିଲରେ ଏକ ବ୍ୟବସ୍ଥା ଅଛି ଯେ ପୀଡିତାଙ୍କ ପରିଚୟ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
hiranchal ad1
Leave A Reply

Your email address will not be published.

two × 2 =