ୟୁପି ନିର୍ବାଚନକୁ ନେଇ ଆସିଲା ତାଜା ସର୍ଭେ ରିପୋର୍ଟ, ଜାଣନ୍ତୁ କାହାକୁ ମିଳିବ କେତେ ସିଟ୍‌

0 293

ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଉପରେ ସମଗ୍ର ଦେଶର ନଜର ରହିଛି । ଏହାର କାରଣ ହେଉଛି କେନ୍ଦ୍ର ସରକାରଙ୍କୁ ଅଲଟପାଲଟ କରିବାର କ୍ଷମତା ଏହି ନିର୍ବାଚନ ଉପରେ ରହିଛି । ୟୁପି ନିର୍ବାଚନକୁ ଲୋକସଭା ନିର୍ବାଚନର ସେମିଫାଇନାଲ ମଧ୍ୟ କୁହାଯାଏ । ୟୁପିରେ ସାତୋଟି ପର୍ଯ୍ୟାୟରେ ଭୋଟ୍‌ ପରେ ମାର୍ଚ୍ଚ ୧୦ ରେ ଫଳାଫଳ ଘୋଷଣା କରାଯିବ । ଏହି ସମୟରେ ସାତୋଟି ଏଜେନ୍ସି ଫଳାଫଳକୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିମଧ୍ୟରୁ ୬ଟି ଏଜେନ୍ସି ୟୁପିରେ ପୁଣି ଥରେ ଯୋଗୀ ସରକାର ହେବାକୁ ଯାଉଥିବା କୁହାଯାଇଥିବା ବେଳେ ଗୋଟିଏ ଏଜେନ୍ସି ସପା ପୁଣି ଥରେ କ୍ଷମତାକୁ ଆସିବା ବୋଲି କୁହାଯାଇଛି । ଆସନ୍ତୁ ସମସ୍ତ ଏଜେନ୍ସିର ଭବିଷ୍ୟବାଣୀ ଏବଂ କାହାକୁ କେତେ ସିଟ୍‌ ମିଳିବ ତାହା ଉପରେ ଜାଣିବା ।

ସି ଭୋଟର : ସି-ଭୋଟରର ସଦ୍ୟତମ ସର୍ଭେରେ କୁହାଯାଇଛି ୟୁପି ପୁଣି ଥରେ ଯୋଗ ସରକାର ଆସିବ । ନିର୍ବାଚନ ବିଜେପି ୨୨୩-୨୩୫ ଆସନ ପାଇପାରିବ । ଅନ୍ୟପକ୍ଷରେ, ଏସପି ୧୪୫-୧୫୭ଟି ସିଟ୍‌ ପାଇବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଏଜେନ୍ସି ଅନୁଯାୟୀ, ବିଏସପିକୁ ୮-୧୬ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିବାବେଳେ କଂଗ୍ରେସକୁ ମାତ୍ର ୩-୭ ଟି ସିଟ୍‌ ମିଳିବ ବୋଲି ଆକଳନ କରାଯାଇଛି ।

ଇଣ୍ଡିଆ ଟିଭି :ଇଣ୍ଡିଆ ଟିଭି ଦ୍ୱାରା ପ୍ରସାରିତ ହୋଇଥିବା ସର୍ଭେରେ କୁହାଯାଇଛି ଯେ ବିଜେପି ୨୩୦-୨୩୫ ଟି ସିଟ୍‌ ପାଇବ । ଏସପି ୧୬୦-୧୬୫ ଟି ସିଟ୍‌ କ୍ୟାପଚର୍‌ କରିପାରିବ । ତେବେ ବିଏସପିକୁ କେବଳ ୨-୫ ଟି ସିଟ୍‌ ମିଳିବ ବୋଲି କୁହାଯାଇଥିବା ବେଳେ କଂଗ୍ରେସକୁ ୩-୭ ଆସନ ମିଳିପାରେ ।

ରିପବ୍ଲିକ୍‌-ପି ମାର୍କ:ସୋମବାର ରିପବ୍ଲିକ୍‌ ଟିଭି ଏବଂ ପି-ମାର୍କ ଦ୍ୱାରା ପ୍ରସାରିତ ସର୍ଭେ ଅନୁଯାୟୀ ବିଜେପିକୁ ୨୫୨-୨୭୨ ସିଟ୍‌ ମିଳିବାକୁ ଥିବା ବେଳେ ଏସପି ୧୧୧-୧୩୧ ସିଟ୍‌ ଜିତିପାରିବ । କଂଗ୍ରେସ ସର୍ବନିମ୍ନ ୩-୯ ସିଟ୍‌ ପାଇବା ବୋଲି ଏହି ରିପୋର୍ଟରେ କୁହାଯାଇଛି । ବିଏସପି ୮-୧୬ ଟି ସିଟ୍‌ ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।

hiring

ପୋଲଷ୍ଟାର୍‌ ନ୍ୟୁଜ୍‌ ଏକ୍ସ:ପୋଲଷ୍ଟାର୍‌ ନ୍ୟୁଜ୍‌ ଏକ୍ସର ମତାମତ ଅନୁଯାୟୀ, ୟୁପି ବିଧାନସଭା ନିର୍ବାଚନରେ ବିଜେପି ୨୩୫-୨୪୫ ସିଟ୍‌ ପାଇପାରିବ । ଏସପି ୧୨୦-୧୩୦ ସିଟ୍‌ ପାଇପାରିବେ । ସେହିପରି ବିଏସପି ୧୩-୧୬ ଟି ଆସନ ଜିତିବ ବୋଲି କୁହାଯାଇଥିବା ବେଳେ କଂଗ୍ରେସକୁ ୪-୫ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ ବୋଲି କୁହାଯାଇଛି ।

ଡିବି ଲାଇଭ :ଡିବି ଲାଇଭଙ୍କ ମତାମତ ସର୍ଭେରୁ ଜଣାପଡିଛି ଯେ ଏଥର ଅଖିଳେଶ ଯାଦବଙ୍କ ନେତୃତ୍ୱରେ ୟୁପିରେ ଏସପି ସରକାର ଗଠନ ହୋଇପାରିବ । ଏସପି ୨୦୩-୨୧୧ ସିଟ୍‌ ପାଇପାରିବେ । ଅନ୍ୟପକ୍ଷରେ ବିଜେପିକୁ ୧୪୪-୧୫୨ ଆସନ ସହିତ ବିରୋଧୀ ଦଳରେ ବସିବାକୁ ପଡିପାରେ । ବିଏସପି ୧୨-୨୦ ସିଟ୍‌ ପାଇବ ବୋଲି ଏଥିରେ ଦାବି କରାଯାଇଥିବା େବେଳେ କଂଗ୍ରେସ ୧୯-୨୭ ଟି ସିଟ୍‌ ପାଇବ ବୋଲି କୁହାଯାଇଛି । ଅନ୍ୟାନ୍ୟ ଏଜେନ୍ସି ତୁଳନାରେ ଏସପି, ବିଏସପି ଏବଂ କଂଗ୍ରେସକୁ ଡିବି ଲାଇଭ ସର୍ଭେରେ ସର୍ବାଧିକ ସଂଖ୍ୟକ ଆସନ ଏବଂ ବିଜେପିକୁ ସର୍ବନିମ୍ନ ସ୍ଥାନ ଦିଆଯାଇଛି ।

ଟାଇମ୍ସ ନାଓ ବିଟୋ:ଟାଇମ୍ସ ନୋ ବିଟୋ ସର୍ଭେ ଅନୁଯାୟୀ, ୟୁପିରେ ବିଜେପି ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବ । ଏଥିରେ କୁହାଯାଇଛି ଯେ, ବିଜେପି ୨୪୦ ଟି ସିଟ୍‌ ହାସଲ କରିବ ।ତେବେ ଏସପି ୧୪୩ ଟି ସିଟ୍‌ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ବିଏସପି ୧୦ ଏବଂ କଂଗ୍ରେସ ୮ ଟି ଆସନ ପାଇବେ ବୋଲି ଏଥିରେ କୁହାଯାଇଛି ।

ଇଣ୍ଡିଆ ନ୍ୟୁଜ୍‌-ଜନ କି ବାତ୍‌:ଇଣ୍ଡିଆ ନ୍ୟୁଜ୍‌ ଏବଂ ଜନ କି ବାତ ଦ୍ୱାରା କରାଯାଇଥିବା ମତାମତ ସର୍ଭେରୁ ଜଣାପଡିଛି ଯେ ବିଜେପି ୨୨୬-୨୪୬ ସିଟ୍‌ରେ ଜିତିବ । ସେହିପରି ଏସପି ୧୪୪-୧୬୦ ଟି ସିଟ୍‌ ଜିତିବ । ବିଏସପି ୮-୧୨ ଆସନ ଓ କଂଗ୍ରେସ କେବଳ ୦-୧ ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡିବ ବୋଲି ଏଥିରେ କୁହାଯାଇଛି ।

ଯଦି ଉପରୋକ୍ତ ୭ ଏଜେନ୍ସିର ହାରାହାରି ଫଳାଫଳକୁ ନେବା ତେବେ ୟୁପିରେ ଯୋଗୀ ସରକାର ପୁଣିଥରେ ଆସିବ । ଯାହା ବିରୋଧୀଙ୍କ ଏକ ଝଟକା ହେବ । ହାରାହାରି ଅନୁଯାୟୀ ବିଜେପି ୨୨୧-୨୩୧ଟି ଆସନ ମିଳିବାକୁ ଥିବା ବେଳେ ଏସପି ୧୪୭-୧୫୭ ଟି ସିଟ୍‌ ମିଳିପାରେ । ସେହିପରି ବିଏସପି ୭-୧୩ ଟି ସିଟ୍‌ ଜିତିପାରେ । ତେବେ କଂଗ୍ରେସକୁ ୫-୯ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ ।

hiranchal ad1
Leave A Reply

Your email address will not be published.

eight − four =