ଏମିତି ଏକ ଗ୍ରହ,ଯେଉଁଠି ପଥର ତରଳୁଛି

0 55

ନୂଆଦିଲ୍ଲୀ : ଗ୍ରହ,ନକ୍ଷତ୍ର,ବିଜୁଳି,ଘଡ଼ଘଡ଼ି ଆଦି ସଂପର୍କରେ ବୈଜ୍ଞାନିକମାନଙ୍କର ଗବେଷଣା ଜାରି ରହିଛି । ପୃଥିବୀରେ ଏମିତି ଆହୁରି ବହୁ କଥା ଅଛି,ଯାହାର ରହସ୍ୟ ଏପର୍ଯ୍ୟନ୍ତ ଉଦଘାଟିତ ହୋଇନାହିଁ । ଅକ୍ସିଜେନ ସଂପର୍କରେ ଏବେ ବି ଗବେଷଣା ଚାଲିଛି । ଏହି ଅକ୍ସିଜେନ ସଂପର୍କରେ ବୈଜ୍ଞାନିକମାନେ ଏକ ନୂଆ ସନ୍ଧାନ ପାଇଛନ୍ତି । ଆମ ସୌର ମଣ୍ଡଳ ବାହାରେ ଆଉ ଏକ ଗ୍ରହ ଅଛି,ତାହାର ନାମ ଏକ୍ସୋପ୍ଲାନେଟ । ଏହି ଗ୍ରହରେ ଅକ୍ସିଜେନର ସଂଧାନ ମିଳିଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଏହି ଗ୍ରହରେ ଥିବା ପଥରଗୁଡ଼ିକ ତୀବ୍ର ଗତିରେ ତରଳୁଛି । ପଥରଗୁଡ଼ିକ କାହିଁକି ଏତେ କ୍ଷିପ୍ର ଗତିରେ ତରଳୁଛି,ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ବହୁ ଦିନ ଧରି ଗବେଷଣା ଚଳାଇଥିଲେ । ଗବେଷଣାରୁ ଯେଉଁ ତଥ୍ୟ ସାମ୍ନାକୁ ଏବେ ଆସିଛି,ତାହା ଚମକାଇଦେଲା ଭଳି । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଗ୍ରହରେ ପ୍ରଚୁର ପରମାଣରେ ଅକ୍ସିଜେନ ଅଛି । ଅକ୍ସଜେନଯୁକ୍ତ ପଥର ଘେରା ଗ୍ରହ ହେଉଛି ଏକ୍ସୋପ୍ଲାନେଟ । ଯେଉଁ ଗ୍ରହରେ ଅକ୍ସିଜେନ ଯେତେ ଅଧିକ,ସେହି ଗ୍ରହରେ ପଥର ତୀବ୍ର ଗତିରେ ତରଳିଥାଏ । ଆଉ ଯେଉଁଠି କମ ଥାଏ,ସେଠାରେ ତରଳିବା ତୀବ୍ରତା କମ । ତେବେ ଏହି ତରଳିବା ପଛରେ ଯେଉଁ ମୂଳ କାରଣଟି ରହିଛି,ତାହା ହେଉଛି ଲୁଣ ଓ ତରଳୁଥିବା ବରଫ । ଏହି ଗ୍ରହ ଭୂଗର୍ଭୀୟ ସ୍ତରରେ ବେଶ୍‌ ସକ୍ରିୟ । ଏହାର ଆଭ୍ୟନ୍ତରୀଣ ଭାଗରେ ଥିବା ମ୍ୟାଗ୍‌ମାରେ ପ୍ରବାହିତ ତରଳିକୃତ ପଥର ଏହାକୁ ଜିଓଲୋଜିକାଲ କ୍ରିୟାପ୍ରକ୍ରିୟା ପାଇଁ ସକ୍ରିୟ କରିଥାଏ । ଯେତେବେଳେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଥାଏ,ସେତେବେଳେ ପାଣି ସହିତ କାର୍ବନ ଡାଇଅକସାଇଡ ବାହାରକୁ ଚାଲି ଆସିଥାଏ । ଏହାର ପ୍ରଭାବରେ ଏଭଳି ବାତାବରଣ ସୃଷ୍ଟି ହୋଇଥାଏ,ଯାହା ଜୀବନ ଉତ୍ପତ୍ତିର କାରଣ ମଧ୍ୟ ହୋଇପାରେ । ସେଣ୍ଟର ଫର ହାଇ ପ୍ରେସର ସାଇନ୍ସ ଆଣ୍ଡ ଟେକନୋଲୋଜି ଆଡଭାନ୍ସଡ ରିସର୍ଚ୍ଚର ପ୍ଲାନେଟୋରୀ ବୈଜ୍ଞାନିକ ୟାନାହୋ ଲିନ କହିଛନ୍ତି ଯେ ଆମେ ଏହି ଗ୍ରହରେ ପଥର ତରଳିବାର କାରଣ ସଂପର୍କରେ ଗବେଷଣା କରିବାବେଳେ ଅକ୍ସିଜେନର ଭୂମିକାକୁ ଅଣଦେଖା କରିଥିଲୁ । ପୃଥିବୀରେ ସବୁଠୁ ଅଧିକ ମାତ୍ରାରେ ଉପଲବ୍ଧ ଗ୍ୟାସ ମଧ୍ୟରୁ ଅକ୍ସଜେନ ଅନ୍ୟତମ । ସୌରମଣ୍ଡଳ ବାହାରେ ଥିବା ଗ୍ରହରେ ମଧ୍ୟ ଏହା ଥାଇପାରେ । କିନ୍ତୁ ବହୁ ବୈଜ୍ଞାନିକମାନେ ଏହି ପଥରଘେରା ଗ୍ରହରେ ଅକ୍ସିଜେନର ସ୍ଥିତି ଓ ଭୂମିକା ସଂପର୍କରେ ଜାଣିବା ପାଇଁ ବିଶେଷ ପ୍ରଚେଷ୍ଟା କରିନାହାନ୍ତି ।

hiranchal ad1
Leave A Reply

Your email address will not be published.

twenty + ten =