ପୁଣି ମମତା ବାନାର୍ଜୀ ହେଲେ ଟିଏମ୍‌ସି ଅଧ୍ୟକ୍ଷ

0 81

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ତୃଣମୂଳ କଂଗ୍ରେସ ୫ ବର୍ଷ ପରେ ତା’ର ସଂଗଠନ ନିର୍ବାଚନ କରାଇଥିଲା । ଦଳର ମହା ସଚିବ ପାର୍ଥ ଚାଟାର୍ଜୀଙ୍କ କହିବା ଅନୁସାରେ ବାନାର୍ଜୀଙ୍କୁ ନିର୍ବିରୋଧ ନିର୍ବାଚିତ ଘୋଷଣା କରିଦିଆଯାଇଛି । କାରଣ ଅନ୍ୟ କୌଣସି ଆଶାୟୀ ନାମାଙ୍କନପତ୍ର ଦାଖଲ କରିନଥିଲେ । ସଂଗଠନ ନିର୍ବାଚନ ଅଧିକାରୀ ଚାଟାର୍ଜୀଙ୍କ କହିବା ଅନୁସାରେ ମମତା ବାନାର୍ଜୀଙ୍କ ସପକ୍ଷରେ ମୋଟ ୪୮ ପ୍ରସ୍ତାବକ ଓ ସମର୍ଥକ ନାମାଙ୍କନ ଦାଖଲ କରିଥିଲେ । ଅଧ୍ୟକ୍ଷ ପଦ ପାଇଁ ଆଉ କୌଣସି ଆଶାୟୀ ନାମାଙ୍କନପତ୍ର ଦାଖଲ କରିନଥିଲେ । ଏହି କାରଣରୁ ମମତାଙ୍କୁ ନିଦ୍ୱର୍ନ୍ଦ୍ୱରେ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ ଯେ, ମମତା ବାନାର୍ଜୀ ୧୯୯୮ରେ କଂଗ୍ରେସ ଛାଡିବା ପରେ ତୃଣମୂଳ କଂଗ୍ରେସ ଦଳ ସ୍ଥାପନ କରିଥିଲେ ଓ ସେବେଠାରୁ ସେ ଦଳର ନେତୃତ୍ୱ ନେଇ ଆସୁଛନ୍ତି । ୨୦୦୧ ଓ ୨୦୦୬ ବିଧାନସଭା ନିର୍ବାଚନରେ ଅସଫଳ ହେବା ପରେ ଦଳ ୨୦୧୧ରେ ସରକାର ଗଠନ କରିଥିଲା । ଏହାପରେ ଦଳ ଲଗାତାର ଭାବେ ତିନିଥର ସରକାର ଗଠନ କରିବାରେ ସକ୍ଷମ ହୋଇଛି । ଗତ ନିର୍ବାଚନରେ ୨୯୪ ସିଟରୁ ଦଳକୁ ୨୧୩ ସିଟ ମିଳିଥିଲା ।

hiranchal ad1
Leave A Reply

Your email address will not be published.

17 − 13 =