ଇଂଲଣ୍ଡ ଗସ୍ତରେ ଗଲା ଟିମ୍‌ ଇଣ୍ଡିଆ

0 138

ନୂଆଦିଲ୍ଲୀ: ଆଜି ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିଛି । ଦଳର ଖେଳାଳିଙ୍କ ଚିତ୍ର ସେୟାର କରି ବିସିସିଆଇ ଏ ବିଷୟରେ ସୂଚନା ଦେଇଛି । ତେବେ ସେହି ସେହି ଚିତ୍ରରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଦୃଶ୍ୟମାନ ହେଉନାହାଁନ୍ତି । ରୋହିତ ଶର୍ମାଙ୍କ ବ୍ୟତୀତ ସମସ୍ତ ଖେଳାଳି ଚିତ୍ରରେ ଦୃଶ୍ୟମାନ ହେଉଛନ୍ତି । ବିସିସିଆଇ ଦ୍ୱାରା ସେୟାର ହୋଇଥିବା ଏହି ଚିତ୍ରରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଯାଇଛି । ଇଂଲଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆ ଏକ ପୁନଃନିର୍ଦ୍ଧାରିତ ଟେଷ୍ଟ ମ୍ୟାଚ୍‌ ଖେଳିବା ସହିତ ତିନୋଟି ଟି -୨୦ ମ୍ୟାଚ୍‌ ଏବଂ ତିନୋଟି ଓଡିଆଇ ଖେଳିବ । ଏହି ସିରିଜ୍‌ ପୂର୍ବରୁ ଚାରି ଦିନର ଏକ ୱାର୍ମ ଅପ୍‌ ମ୍ୟାଚ୍‌ ଏବଂ ଦୁଇଟି ଟି -୨୦ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ । ଟେଷ୍ଟ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯାଇଛି । ସୀମିତ ଓଭର ପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଟିମ୍‌ ଇଣ୍ଡିଆ ଜୁଲାଇ ୧ ରୁ ୫ ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ପୁନଃନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚ୍‌ ଖେଳିବ । ଏହା ପରେ, ଜୁଲାଇ ୭ ରେ, ପ୍ରଥମ ଟି -୨୦ ମ୍ୟାଚ୍‌ ଏଜେସ ବାଉଲରେ ଖେଳାଯିବ । ଦ୍ୱିତୀୟ ଟି -୨୦ ମ୍ୟାଚ୍‌ ୯ ଜୁଲାଇରେ ଏଜବାଷ୍ଟନ୍‌ ଠାରେ ଖେଳାଯିବ ଏବଂ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍‌ ୧୦ ଜୁଲାଇରେ ଟ୍ରେଣ୍ଟ ବ୍ରିଜରେ ଖେଳାଯିବ । ଟି -୨୦ ସିରିଜ୍‌ ପରେ ଟିମ୍‌ ଇଣ୍ଡିଆ ମଧ୍ୟ ତିନୋଟି ଦିନିକିଆ ସିରିଜ୍‌ ଖେଳିବ । ଯାହାର ପ୍ରଥମ ମ୍ୟାଚ୍‌ ଜୁଲାଇ ୧୨ରେ ଓଭାଲରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍‌ ୧୪ ଜୁଲାଇରେ ଲର୍ଡସରେ ଖେଳାଯିବ । ଓଡିଆଇ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଜୁଲାଇ ୧୭ ରେ ମାଞ୍ଚଷ୍ଟରରେ ଖେଳାଯିବ ।

hiranchal ad1
Leave A Reply

Your email address will not be published.

17 + 1 =