କ୍ରୀଡ଼ାରେ ପୁଣି କରୋନା ମାଡ଼ : ସ୍ଥଗିତ ରହିଲା ଏସିଆନ ଗେମ୍ସ

0 49

ବେଜିଂ: କ୍ରୀଡ଼ା କ୍ଷେତ୍ରରେ କରୋନା ପୁଣିଥରେ ତା’ର ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି । ଚୀନ ତଥା ସାଂଘାଇରେ ସଂକ୍ରମଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏସିଆନ ଗେମ୍ସ-୨୦୨୨କୁ ସ୍ଥଗିତ ରଖାଯାଇଛି । ଆସନ୍ତା ସେପ୍‌ଟେମ୍ବର ମାସରେ ଚାଇନାର ହାଙ୍ଗଜୋହରେ ଏହା ହେବାର ଥିଲା । ଏସିଆନ ଗେମ୍ସ ୱେବସାଇଟରେ ପ୍ରକାଶିତ ବିବୃତିରେ କୁହାଯାଇଛି ଯେ “ଏସିଆର ଅଲିମ୍ପିକ ପରିଷଦ ଘୋଷଣା କରୁଛି ଯେ ସେପ୍‌ଟେମ୍ବର ୧୦ରୁ ୨୫ ତାରିଖ ଯାଏ ଚାଇନାର ହାଙ୍ଗଜୋହରେ ଅନୁଷ୍ଠିତ ହେବାକୁ ଥିବା ୧୯ତମ ଏସିଆନ ଗେମ୍ସକୁ ଏବେ ସ୍ଥଗିତ କରାଯାଉଛି । ଏହି କ୍ରୀଡା ମହାକୁମ୍ଭ କେବେ ହେବ, ତା’ର ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ।”ହାଙ୍ଗଜୋହ ଅଞ୍ଚଳଟି ଚାଇନାର ସବୁଠାରୁ ବଡ ସହର ସାଙ୍ଘାଇ ନିକଟରେ ଅବସ୍ଥିତ । ଏଠାରେ ଏବେ ସଂକ୍ରମଣ ବଢୁଥିବାରୁ ସପ୍ତାହେ ହେଲାଣି ଲୋକମାନେ ଲକଡାଉନରେ ରହିଛନ୍ତି । ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମଧ୍ୟ ସଂକ୍ରମଣ ବଢିବାର ଆଶାଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଗତ ମାସରେ ଏସିଆନ ଗେମ୍ସର ଆୟୋଜକ କହିଥିଲେ ଯେ ୧୨ ମିଲିୟନ ଜନସଂଖ୍ୟା ବିଶିଷ୍ଟ ହାଙ୍ଗଜୋହରେ କ୍ରୀଡା ମହାକୁମ୍ଭ ପାଇଁ ୫୬ଟି ପ୍ରତିଯୋଗିତା ଭେନ୍ୟୁ ତିଆରି କରାଯାଇଛି ।

hiranchal ad1
Leave A Reply

Your email address will not be published.

20 − two =