ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଜରିନ : ଚତୁର୍ଥ ସ୍ଥାନକୁ ଉଠିଲା ଭାରତ

0 53

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ବକ୍ସରଙ୍କ ଦବଦବା ଜାରି ରହିଛି । ବିଶ୍ୱ ଚାମ୍ପିଅନ ବକ୍ସର ନିକହତ ଜରିନ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୬ ବର୍ଷୀୟ ନିକହତ ଚଳିତ ବର୍ଷ ମେ ମାସରେ ବିଶ୍ୱ ଚାମ୍ପିଅନ ହୋଇଥିଲେ । ଏବେ ନିଜର ପଦାର୍ପଣ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ କରିଛନ୍ତି । ଏହାକୁ ମିଶାଇ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏ ପର୍ଯ୍ୟନ୍ତ ୧୭ ସ୍ୱର୍ଣ୍ଣ ପଦକ ଜିତି ସାରିଛି । ଭାରତର ପଦକ ସଂଖ୍ୟା ୪୮ରେ ପହଞ୍ଚିଛି । ଏଥିସହ ପଦକ ତାଲିକାରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଚତୁର୍ଥରେ ପହଞ୍ଚିଛି । ଜରିନଙ୍କ ପୂର୍ବରୁ ଭାରତୀୟ ବକ୍ସର ଅମିତ୍‌ ପଙ୍ଘାଲ ଏବଂ ନୀତୁ ଗଙ୍ଘାସ ନିଜର ଦବଦବା ପ୍ରଦର୍ଶନ ଜାରି ରଖି ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୁଇ ବକ୍ସର ନିଜ ନିଜର ଫାଇନାଲ୍‌ ମୁକାବିଲାରେ ଆୟୋଜକ ଇଂଲଣ୍ଡର ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍‌ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 13 =