ସେମି ଫାଇନାଲରେ ବକ୍ସର ପଙ୍ଘାଲ :
ଭାରତର ଚାରି ପଦକ ସୁନିଶ୍ଚିତ

0 84

ବର୍ମିଂହାମ: ଭାରତୀୟ ବକ୍ସର ଅମିତ୍‌ ପଙ୍ଘାଲ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ପଙ୍ଘାଲ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି । ସେ କ୍ୱାର୍ଟର ଫାଇନାଲ୍‌ରେ ଲେନନ ମଲ୍ଲିଗନଙ୍କୁ ଏକତରଫା ମୁକାବିଲାରେ ୫-୦ରେ ହରାଇଛନ୍ତି । ଏଥିସହ ଅଦ୍ୟାବଧି ବକ୍ସିଂରେ ଭାରତ ଚାରି ପଦକ ସୁନିଶ୍ଚିତ କରିସାରିଛି । ଏହା ପୂର୍ବରୁ ବୁଧବାର ବିଶ୍ୱ ଚାମ୍ପିଅନ ନିକହତ ଜରିନ,ନୀତୁ ଗଙ୍ଘାସ ଏବଂ ହୁସାମୁଦ୍ଦୀନ ମହମ୍ମଦ ସେମି ଫାଇନାଲରେ ପହଞ୍ଚି ଭାରତ ପାଇଁ ପଦକ ସୁନିଶ୍ଚିତ କରିଥିଲେ । ନିକହତ ମହିଳାଙ୍କ ୫୦ କିଗ୍ରା ବର୍ଗରେ ୱଲ୍ସର ହେଲନ ଜୋନ୍ସକୁ ୫-୦ରେ ହରାଇଛନ୍ତି । ତିନି ରାଉଣ୍ଡରେ ନିକିହତଙ୍କ ପଲ୍ଲା ଭାରି ରହିଛି । ସେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମୁକାବିଲାରେ ପ୍ରତ୍ୟାବର୍ତ୍ତନ କରିବାକୁ କୌଣସି ସୁଯୋଗ ଦେଇନଥିଲେ । ଦୁଇ ଥରର ଯୁବ ସ୍ୱର୍ଣ୍ଣ ପଦକ ବିଜେତା ନୀତୁ(୨୧ ବର୍ଷ) ୪୮ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲର ତୃତୀୟ ଏବଂ ଅନ୍ତିମ ରାଉଣ୍ଡରେ ଉତ୍ତର ଆୟରଲାଣ୍ଡର ନିକୋଲ କ୍ଲାଇଡଙ୍କ ସହ ମୁକାବିଲା କରିଥିଲେ । ହେଲେ ନିକୋଲ ମ୍ୟାଚ୍‌ରୁ ଓହରି ଯିବାରୁ ନୀତୁ ସେମି ଫାଇନାଲରେ ପ୍ରବେଶ କରି ବକ୍ସିଂରୁ ଭାରତ ପାଇଁ ପ୍ରଥମ ପଦକ ସୁନିଶ୍ଚିତ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦାର୍ପଣ କରିଥିବା ନୀତୁ ମହାନ ବକ୍ସର ଏମସି ମ୍ୟାରିକମଙ୍କ ଓଜନ ବର୍ଗରେ ଦେଶର ପ୍ରତିନିଧିତ୍ୱ କରୁଛନ୍ତି । ଚୟନ ଟ୍ରାଏଲ୍ସ ସମୟରେ ମ୍ୟାରିକମ ଆହତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

16 − 2 =