ଶସ୍ତା ହୋଇପାରେ ଖାଇବା ତେଲ

0 80

ନୂଆଦିଲ୍ଲୀ,୪/୮: ଆଗକୁ ଦେଶରେ ପାର୍ବଣ ଋତୁ । ଏଣୁ ସରକାର ଖାଉଟିଙ୍କ ଲାଗି ଖାଦ୍ୟ ତୈଳ ଶସ୍ତା କରିପାରନ୍ତି । ଦେଶରେ ଖାଦ୍ୟ ତୈଳ ସମୀକ୍ଷା ଲାଗି ଖାଦ୍ୟ ସଚିବ ଗୁରୁବାର କମ୍ପାନୀମାନଙ୍କ ସହିତ ବୈଠକ କରିଛନ୍ତି । ଏଥିରେ କମ୍ପାନୀମାନଙ୍କୁ ଲିଟର ପିଛା ଅନୁନ୍ୟ ୧୦ ଟଙ୍କା ହ୍ରାସ କରନ୍ତୁ ବୋଲି କୁହାଯାଇଛି । ଯଦି କମ୍ପାନୀମାନେ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରନ୍ତି,ତେବେ ପାର୍ବଣ ଋତୁରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଗତ କିଛିମାସ ହେଲା ଖାଦ୍ୟ ତୈଳ ଦର ଲଗାତାର ବଢି ରହିଛି । ସରକାର ଯଦି ଖାଦ୍ୟ ତୈଳ ଦର ଶସ୍ତା କରିବାରେ ସଫଳ ହୁଅନ୍ତି ତେବେ ମୂଲ୍ୟବୃଦ୍ଧି କିଛିମାତ୍ରାରେ ନିୟନ୍ତ୍ରିତ ହେବ ବୋଲି ଆଶା କରାଯାଉଛି । ମୂଲ୍ୟବୃଦ୍ଧି ପ୍ରସଙ୍ଗ ଏବେ ସଂସଦରେ ମଧ୍ୟ ଉଠିଛି । ମୂଲ୍ୟ ବୃଦ୍ଧିକୁ ନେଇ ବିରୋଧୀ ଲଗାତାର ଗୃହ ଅଚଳ କରୁଛନ୍ତି । ଏଣୁ ଖାଦ୍ୟ ସଚିବଙ୍କ ଆଲୋଚନା ସାର୍ଥକ ହେଲେ ପାର୍ବଣ ଋତୁରେ ଖାଦ୍ୟ ତୈଳ ଦରରେ ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ ବୋଲି ଅନୁମାନ କରାଯାଉଛି । ଦେଶରେ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ ଉଦ୍ୟମ ଅନେକ ସମୟରୁ ଜାରି ରହିଛି । ଏଥିରେ କିଛିମାତ୍ରାରେ ଦର ମଧ୍ୟ କମିଛି । ଫଳରେ ଲିଟର ପିଛା ୨୦୦ ଟଙ୍କା ଦରରେ ବିକ୍ରି ହେଉଥିବା ସୋରିଷ ତେଲ ଏବେ ୧୬୦ରୁ ୧୭୦ ଟଙ୍କା ଦରରେ ବିକ୍ରି ହେଉଛି । ଗତମାସରେ କମ୍ପାନୀମାନେ ଖାଦ୍ୟ ତୈଳ ଦରରେ ଲିଟରପିଛା ୨୦ରୁ ୨୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲେ । ଯାହାର ପ୍ରଭାବ ଖୁଚୁରା ବଜାରରେ ମଧ୍ୟ ପଡିଛି । ତେବେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଖାଦ୍ୟ ତୈଳ ଦର ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି ।ଭାରତ ଏବେ ତାର ଖାଦ୍ୟ ତୈଳ ଆବଶ୍ୟକତା ମଧ୍ୟ ପୂରଣ କରିପାରୁନି । ପେଟ୍ରୋଲ ଓ ଡିଜେଲ ଭଳି ବିଦେଶରୁ ଖାଇବା ତେଲ ଆମଦାନୀ କରୁଛି । ଏଣୁ ଅନ୍ତରାଷ୍ଟ୍ରୀୟ ବଜାରରେ ଖାଦ୍ୟ ତୈଳ ମହଙ୍ଗା ହେଲେ ଦେଶରେ ମଧ୍ୟ ମହଙ୍ଗା ହେଉଛି । ମାଲେସିଆରୁ ପାମ ଅଏଲ ଆମଦାନୀ ହେଉଛି । ସେଠାରେ ଯଦି ମୂଲ୍ୟ ବୃଦ୍ଧି ହେଉଛି ଦେଶରେ ମଧ୍ୟ ପାମ ତେଲ ଦର ବଢୁଛି । ଭାରତ ମୋଟ ଆବଶ୍ୟକତାର ୬୦ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରିଥାଏ ।

hiranchal ad1
Leave A Reply

Your email address will not be published.

15 + thirteen =