ଦିଲ୍ଲୀରେ ସନ୍ତ୍ରାସବାଦୀ ହମଲା ଷଡ଼ଯନ୍ତ୍ର :
ହାଇଆଲର୍ଟରେ ପୁଲିସ,ଏବେଠୁ ଯାଞ୍ଚ କଡ଼ାକଡ଼ି

0 50

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ରାଜଧାନୀ ଦିଲ୍ଲୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା(ଏଲଇଟି) ଓ ଜୈସ-ଇ-ମହମ୍ମଦ(ଜେଇଏମ) କରିପାରନ୍ତି ଆକ୍ରମଣ । ଗୁଇନ୍ଦା ସଂସø୍‌ଥାଗୁଡ଼ିକ ଏଭଳି ସୂଚନା ପାଇବା ପରେ ଦିଲ୍ଲୀ ପୁଲିସକୁ ହାଇ ଆଲର୍ଟରେ ରଖାଯାଇଛି । ଏବେଠୁ ସୁରକ୍ଷା ବ୍ୟବସø୍‌ଥାକୁ କଡ଼ାକଡ଼ି କରାଗଲାଣି । ଏଭଳି ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ୧୦ ଫର୍ଦ୍ଦ ବିଶିଷ୍ଟ ରିପୋର୍ଟ ପ୍ରଦାନ କରିଛି ଗୁଇନ୍ଦା ବିଭାଗ । ମୁଖ୍ୟତଃ ଦିଲ୍ଲୀର ଲାଲକିଲ୍ଲା ଉପରେ କଡା ନଜର ସହ ସୁରକ୍ଷା ବଳୟକୁ କଡାକଡି କରିବା ପାଇଁ ପରାମର୍ଶ ଦିଆଯାଇଛି । ନିକଟରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଉଦୟପୁର ଏବଂ ଅମରାବତୀ ଆକ୍ରମଣ ପରେ ସେମିତି କିଛି ଅପ୍ରୀତିକର କାର୍ଯ୍ୟକଳାପର ସଙ୍କେତ ପାଇଛି ଗୋଇନ୍ଦା ବିଭାଗ । ତେଣୁ ଦିଲ୍ଲୀ ପୁଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଅଗଷ୍ଟ ୧୫ ଏବଂ ତାପୂର୍ବରୁ ଲାଲକିଲ୍ଲା ପ୍ରବେଶ ପଥରେ କଡା ଯାଞ୍ଚ କରିବାକୁ କୁହାଯାଇଛି । ଏହି ଆଲର୍ଟରେ ବିଭାଗ ପକ୍ଷରୁ ଉଦୟପୁର ଏବଂ ଅମରାବତୀ ହିଂସା ଘଟଣାରେ ଉଲ୍ଲେଖ ରହିଛି । ତେଣୁ ସେଭଳି ଘଟଣାର ପୁନରାବୃତ୍ତି ହେବା ଆଶଙ୍କା ଥିବାରୁ ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକ କଡା ନଜର ରଖିବାକୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

7 − one =