ବିଜୁ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

0 111

ପୁରୀ : ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତିକୁ ଅବିସ୍ମରଣୀୟ କରିବା ପାଇଁ ଆଜି ବିଜୁ ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରରେ ପୂର୍ବତନ ନଗରପାଳ ସୁରେନ୍ଦ୍ର ଦାସ, ଜିଲ୍ଲା ଉପସଭାପତି ବିଜୟ କୁମାର ମିଶ୍ର, ବିଜୁ ଜନତା ଦଳର ନଗର ସଭାପତି ସବ୍ୟସାଚୀ ମହାପାତ୍ର, ପୂର୍ବତନ କାଉନସିଲର ଭକ୍ତ ଚରଣ ଦାସ, ଜିଲ୍ଲା ମହିଳା ଜନତା ଦଳର ସଭାପତି ଶାନ୍ତିଲତା ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଘନଶ୍ୟାମ ମର୍ଦରାଜ, ରାଜ୍ୟ ଯୁବ ଜନତା ଦଳର ଉପସଭାପତି ସୁନିଲ ମହାନ୍ତି, ଜିଲ୍ଲା ଛାତ୍ର ସଭାପତି ରାଜେଶ ରଥ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ନାରାୟଣ ପ୍ରସାଦ ସିଂ, ମହିଳା ନେତ୍ରୀ ରେଣୁବାଳା ପଟ୍ଟନାୟକ, ଯୁବ ଜନତା ଦଳର ବ୍ଲକ୍‌ ସଭାପତି ବିଜୟ କୁମାର ମାଝୀ, ନଗର ବିଜୁ ଯୁବ ଜନତା ଦଳର ସଭାପତି ସୁଧାଂଶୁ ମହାନ୍ତି, ବ୍ଲକ ଛାତ୍ର ସଭାପତି ନିଲୁ ମହାପାତ୍ର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ ବିଶ୍ୱନାଥ ଦାସ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

5 × four =