ଦ.ଆଫ୍ରିକା ବିପକ୍ଷ ସିରିଜରେ ସବୁ ସିନିୟର ଖେଳାଳିଙ୍କୁ ମିଳିବ ବିଶ୍ରାମ, ଅଧିନାୟକ ରେସ୍‌ରେ ଏହି ଦୁଇ ଖେଳାଳି

0 123

ନୂଆଦିଲ୍ଲୀ : ଜୁଲାଇରେ ଭାରତୀୟ କ୍ରିକେଟ୍‌ ଦଳର ଇଂଲଣ୍ଡ ଗସ୍ତକୁ ଦୃଷ୍ଟିରେ ରଖି ଅଧିନାୟକ ରୋହିତ ଶର୍ମା ଏବଂ କେ.ଏଲ୍‌ ରାହୁଲଙ୍କ ସମେତ ଅନେକ ବରିଷ୍ଠ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜରୁ ବିଶ୍ରାମ ପାଇବେ । ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜସପ୍ରୀତ ବୁମ୍ରା ଏବଂ ଋଷଭ ପନ୍ତଙ୍କୁ ମଧ୍ୟ ବିଶ୍ରାମ ଦେବ । କୁହାଯାଉଛି ଯେ, ଆଇପିଏଲ ୨୦୨୨ ରେ ଗୁଜୁରାଟ ଟାଇଟାନ୍ସ ପାଇଁ ଅଧିନାୟକତ୍ୱ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଓପନର୍‌ ଶିଖର ଧାୱନଙ୍କ ମଧ୍ୟରୁ ଜଣେ ଏହି ସିରିଜରେ ଅଧିନାୟକତ୍ୱ କରିବାର ସମ୍ଭାବନା ରହିଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଜୁନ୍‌ ମାସରେ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ନୂଆଦିଲ୍ଲୀରେ ଏବଂ ବାକି କଟକ, ବିଶାଖାପାଟନମ୍‌, ରାଜକୋଟ ଏବଂ ବେଙ୍ଗାଲୁରୁରେ ହେବ । ଆଇପିଏଲ୍‌ ୨୦୨୨ ର ଲିଗ୍‌ ପର୍ଯ୍ୟାୟର ଶେଷ ଦିନ ୨୨ ମଇରେ ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ଭାରତୀୟ ଦଳ ଚୟନ ହେବାର ସମ୍ଭାବନା ରହିଛି । ଖରାପ ଫର୍ମରେ ଥିବା ବିରାଟ କୋହଲିଙ୍କୁ ମଧ୍ୟ ଆବଶ୍ୟକ ବିଶ୍ରାମ ଦିଆଯିବ । ଚୟନକର୍ତ୍ତା ତଥା ବିସିସିଆଇ ପାଇଁ ଇଂଲଣ୍ଡ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏହି ବିଷୟରେ ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, “ଭାରତର ସମସ୍ତ ଅଭିଜ୍ଞ ଖେଳାଳିଙ୍କୁ ଅତି କମରେ ସାଢେ ତିନି ସପ୍ତାହ ବିଶ୍ରାମ ଦିଆଯିବ । ସୀମିତ ଓଭର ସିରିଜ୍‌ ପରେ ରୋହିତ, ବିରାଟ, ରାହୁଲ, ଋଷଭ ଏବଂ ଜସପ୍ରୀତ ସମସ୍ତେ ସିଧାସଳଖ ପଞ୍ଚମ ଟେଷ୍ଟ ପାଇଁ ଇଂଲଣ୍ଡ ଅଭିମୁଖେ ଯିବେ । ଇଂଲଣ୍ଡ ସିରିଜ୍‌ ପାଇଁ ଆମର ସମସ୍ତ ପ୍ରମୁଖ ଖେଳାଳିଙ୍କୁ ସତେଜ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

15 + fifteen =