ସପ୍ତମ ମା ବ୍ରାହ୍ମଣୀ ଦେବୀ ନାଇଟ୍ କ୍ରିକେଟ,ପଥରଦ୍ୱାର ଚାମ୍ପିଅନ

0 50

ଗଣିଆ : ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ କାଳିଆପଡା ମା ବ୍ରାହ୍ମଣୀ ଦେବୀ କ୍ଳବ ଆନୁକୂଲ୍ୟରେ ତଥା ମହାନଦୀ ପବ୍ଲିକ ସ୍କୁଲ ସହଯୋଗରେ ସପ୍ତମ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାନଦୀ ପବ୍ଲିକ ସ୍କୁଲର ପରିଚାଳନା କମିଟିର କୋଷାଧ୍ୟକ୍ଷ ଅଟଳ ବିହାରି ବାଜୁ ଉପସ୍ଥିତ ରହି ଖେଳାଳିମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ମହାନଦୀ ପବ୍ଲିକ ସ୍କୁଲର ୫ ବର୍ଷ ପୂର୍ତ୍ତି ଅବସରରେ କ୍ରୀଡାକୁ ପ୍ରୋତ୍ସାହନ ଦେବାପାଇଁ ଏଭଳି ପ୍ରୟାସ କରାଯାଇଥିବା ବେଳେ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ୩ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଖେଳିବା ପାଇଁ ସ୍ଥିର କରାଯାଇଥିବା ବେଳେ ବୁଧବାର ୮ଟି ଦଳ ଏବଂ ଗୁରୁବାର ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଭୟ ଗ୍ରୁପରୁ ଗଣିଆ ଏବଂ ପଥରଦ୍ବାର ଦଳ ସେମିଫାଇନାଲରେ ବିଜୟ ଲାଭ କରି ଫାଇନାଲରେ ପରସ୍ପରକୁ ଭେଟିଥିଲେ । ତେବେ ଫାଇନାଲରେ ଗଣିଆକୁ ହରାଇ ପଥରଦ୍ବାର ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଶୀତୁଆ ରାତିରେ ଏହି ନାଇଟ ମ୍ୟାଚ ଦେଖିବାକୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ସାମ୍ବାଦିକ ଜ୍ଞାନୀ ପ୍ରକାଶ ସେନାପତିଙ୍କ ଉଦ୍ୟମରେ ତଥା କାଳିଆପଡା ଗ୍ରାମବାସୀ ଓ ମା ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − sixteen =