କେକେଆର୍‌ରେ ଯୋଗଦେଲେ ମୁଜରବାନି

0 38

କୋଲକାତା: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଗାମୀ ଆଇପିଏଲ୍‌ ପୂର୍ବରୁ ଜିମ୍ବାୱେ ଦ୍ରୁତ ବୋଲର ବ୍ଲେସିଂ ମୁଜରବାନିଙ୍କୁ ଦଳରେ ସମିଲ କରିଛି। ୬ଫୁଟ୍‌ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଡାହାଣହାତି ମୁଜରବାନି ହେଉଛନ୍ତି ସ‌ର୍ଟେଷ୍ଟ ଫର୍ମାଟ୍‌ରେ ଜିମ୍ବାୱେର ଅଗ୍ରଣୀ ଦ୍ରୁତ ବୋଲର। ସେ ୨୧ ହାରାହାରିରେ ୮୦ରୁ ଅଧିକ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ୱିକେଟ୍‌ ହାସଲ କରିଛନ୍ତି। ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୩/୮। ମୁଜରବାନି ମଧ୍ୟ ବିଶ୍ବର ବିଭିନ୍ନ ଲିଗ୍‌ରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। କେକେଆର୍‌ ମାର୍ଚ୍ଚ ୨୯ ତାରିଖରେ ମୁମ୍ବାଇରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ୧୭ ତାରିଖରେ ମୁଜରବାନି ଦଳ ସହ ଯୋଗଦେବାର ସମ୍ଭାବନା ରହିଛି।

hiranchal ad1
Leave A Reply

Your email address will not be published.

nineteen + two =