ଜାଡେଜାଙ୍କୁ ୫ ୱିକେଟ, ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ରେ ଅଲଆଉଟ୍‌

0 85

ମୋହାଲି : ଏଠାକାର ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦୃଢ ସ୍ଥିତିରେ ପହଞ୍ଚିଛି । ପ୍ରଥମେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଚମକ୍ରାର ବ୍ୟାଟିଂ ବଲରେ ୫୭୪ରନ ବୃହତ ସ୍କୋର କରିଥିବା ବେଳେ ବୋଲିଂରେ ଶ୍ରୀଲଙ୍କାକୁ ମାତ୍ର ୧୭୪ ରନରେ ଅଲଆଉଟ୍‌ କରିଛି । ଏଥିସହିତ ଭାରତ ଏହି ମ୍ୟାଚରେ ୪୦୦ ରନର ଅଗ୍ରଣୀ ହାସଲ କରିଛନ୍ତି । ପ୍ରଥମେ ବ୍ୟାଟିଂରେ କମାଲ କରିଥିବା ରବିନ୍ଦ୍ର ଜାଡେଜା ବୋଲିଂରେ ମଧ୍ୟ ତାଙ୍କର ଜାଦୁ ଦେଖାଇଥିଲେ । ସେ ୫ଟି ୱିକେଟ ନେଇ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଶ୍ରୀଲଙ୍କର ପଥୁମ ନିଶଙ୍କଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ସ୍କୋର କରିପାରିନଥିଲେ । ଅଧିନାୟକ କରୁଣରତ୍ନେ ୭୧ ବଲରେ ୨୮ ରନ କରିଥିବା ବେଳେ ଥିରିମାନେ ୬୦ ବଲରେ ୧୭ ରନ କରି ଅଶ୍ୱିନୀଙ୍କ ଶିକାର ହୋଇଥିଲେ । ସେହିପରି ଅଭିଜ୍ଞ ଅଞ୍ଜଲୋ ମେଥ୍ୟୁସ ୩୯ ବଲରେ ୨୨ ରନ କରି ବୁମରାଙ୍କ ଶିକାର ହୋଇଥିବା ବେଳେ ଧନଞ୍ଜୟ ଡି ସିଲଭା ୮ ବଲରେ ୧ ରନ କରିଥିଲେ । ସେହପରି ଆଶଲଙ୍କା ୬୪ ବଲରେ ୨୯ କରିଥିଲେ । ବୋଲିଂରେ ରବିନ୍ଦ୍ର ଜାଡେଜା ଭାରତ ପକ୍ଷରୁ ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ବୁମରା ଓ ଅଶ୍ୱିନୀ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ମହମ୍ମଦ ସାମି ଗୋଟିଏ ୱିକେଟ ନେବାକୁ ସକ୍ଷମ ହୋଇଥିଲେ । ଶ୍ରୀଲଙ୍କା ଫଲୋନର ସମ୍ମୁଖୀନ ହୋଇ ପୁଣିଥରେ ବ୍ୟାଟିଂ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

4 × 3 =