ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜରେ ଟି-୨୦ ଖେଳିପାରନ୍ତି ରାଇନା

0 153

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଆଇପିଏଲ ୨୦୨୦ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅବସର ନେଇଥିଲେ । ଏପରିକି ବ୍ୟକ୍ତିଗତ କାରଣରୁ ସେ ଆଇପିଏଲ ୨୦୨୦ ରେ ମଧ୍ୟ ଖେଳି ନଥିଲେ, କିନ୍ତୁ ସେ ଆଇପିଏଲ ୨୦୨୧ ରେ କମବ୍ୟାକ କରିଥିଲେ । ଅବଶ୍ୟ ସେ ଏହି ସିଜିନରେ କ୍ରମାଗତ ଭାବେ ପ୍ଲେଇଙ୍ଗ ଏକାଦଶରେ ସାମିଲ ହୋଇନଥିଲେ । ବର୍ତ୍ତମାନ ସେ ଘରୋଇ କ୍ରିକେଟ୍‌ ମଧ୍ୟ ଖେଳୁ ନାହାଁନ୍ତି ଏବଂ ଏହି ସମୟରେ ସେ ଆଇପିଏଲ୍‌ ୨୦୨୨ ର ମେଗା ନିଲାମରେ ମଧ୍ୟ ବିକ୍ରି ହୋଇନାହାନ୍ତି । ଏପରି ପରିସ୍ଥିତିରେ ମିଷ୍ଟର ଆଇପିଏଲ ରାଇନାଙ୍କ କ୍ରିକେଟ କ୍ୟାରିୟର ଖରାପ ସ୍ଥିତିରେ ଗତି କରୁଛି । ଏପରିକି ଯେଉଁ ଦଳ ପାଇଁ ସେ ୧୧ ଟି ସିଜନ୍‌ ଖେଳିଛନ୍ତି, ସେହି ଦଳ ମଧ୍ୟ ତାଙ୍କ ନାମରେ ବିଡ ଡାକିନଥିଲା । ଏକ ରିପୋର୍ଟରେ କୁହାଯାଇଛି ଯେ, ସୁରେଶ ରାଇନା ବିଗ୍‌ ବ୍ୟାସ୍‌ ଲିଗ୍‌ (ବିବିଏଲ) ଏବଂ କାରିବିଆନ ପ୍ରିମିୟର ଲିଗ ଭଳି ବିଦେଶୀ ଲିଗରେ ଖେଳିବାକୁ ବିସିସିଆଇକୁ ଅନୁମତି ମାଗିଛନ୍ତି । ବିସିସିଆଇ ମଧ୍ୟ ତାଙ୍କୁ ମଧ୍ୟ ସବୁଜ ସଂକେତ ଦେଇପାରନ୍ତି । କିନ୍ତୁ ଆଗାମୀ ଦିନରେ ସେ ଆଉ କେବେ ଆଇପିଏଲ ଖେଳିପାରିବେ ନାହିଁ କି ଭାରତର ଘରୋଇ କ୍ରିକେଟ ମଧ୍ୟ ଖେଳିବାକୁ ସଯୋଗ ପାଇବେ ନାହିଁ ।
ବିସିସିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ସକ୍ରିୟ ପୁରୁଷ କ୍ରିକେଟର କୌଣସି ବିଦେଶୀ ଟି-୨୦ କିମ୍ବା ଟି-୧୦ ଲିଗରେ ଖେଳିପାରିବେ ନାହିଁ । ଜାତୀୟ ଚୁକ୍ତି କିମ୍ବା ଜାତୀୟ ଦଳରେ ଚୟନ ହୋଇନଥିଲେ ମଧ୍ୟ ତାଙ୍କ କ୍ଷେତ୍ରରେ ସାମାନ ଏହି ନିୟମ ଲାଗୁ ହେବ । କେବଳ ଯେଉଁ କ୍ରିକେଟରମାନେ କ୍ରିକେଟରୁ ଅବସର ନେଇଥିବେ ଓ ଆଇପିଏଲ କିମ୍ବା ଘରୋଇ କ୍ରିକେଟରେ ଆଗକୁ ଆଉ ଖେଳିବାକୁ ଇଚ୍ଛା ରଖୁନଥିବେ ସେହି ଖେଳାଳିମାନଙ୍କୁ ବିସିସାଇ ନୋ ଅବଜେକସନ ସାର୍ଟିଫିକେଟ ଦେଇଥାଏ ବିସିସିଆଇ । ଯାହା ଆମେ ଯୁବରାଜ ସିଂଙ୍କ କ୍ଷେତ୍ରରେ ଦେଖିଛୁ ।

hiranchal ad1
Leave A Reply

Your email address will not be published.

3 × 1 =