କେଏଲ ରାହୁଲଙ୍କ ନାମରେ ଯୋଡିହେଲା ଆଉ ଏକ ରେକର୍ଡ

0 70

ନୂଆଦିଲ୍ଲୀ: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା ପାଇଥିଲେ। ଏହି ମ୍ୟାଚ୍‌ରେ ସେ ୫୭ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଏହି କ୍ଷେତ୍ରରେ ସେ ଡେଭିଡ ୱାର୍ନରଙ୍କୁ ପଛରେ ପକାଇ ଦେଇଛନ୍ତି। ଓ୍ବାର୍ନର ୧୩୫ ଇନିଂସରେ ୫ ହଜାର ରନ ପୂରଣ କରିଥିଲେ। ରାହୁଲ ୧୩୦ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ ପୂର୍ବରୁ, କେଏଲ ରାହୁଲ ୧୨୯ ଇନିଂସରେ ୪,୯୪୯ ରନ କରିଥିଲେ। ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ୫୧ ରନ କରି ସେ IPLରେ ୫ ହଜାର ରନ ଛୁଇଁଛନ୍ତି। ସେ ଏବେ ତାଙ୍କର ୧୩୯ ମ୍ୟାଚ ବିଶିଷ୍ଟ ଆଇପିଏଲ କ୍ୟାରିୟରରେ ୫,୦୦୬ ରନ କରିଛନ୍ତି। ଏଥିରେ ୪ଟି ଅର୍ଦ୍ଧଶତକ ଏବଂ ୪୦ଟି ଅର୍ଦ୍ଧଶତକ ସାମିଲ ଅଛି।

hiring

ଆଇପିଏଲରେ, କେଏଲ ରାହୁଲ ୧୩୦ ଇନିଂସରେ ଦ୍ରୁତ ୫ ହଜାର ରନ ପୂରଣ କରିଛନ୍ତି। ଏହି ତାଲିକାରେ ଡେଭିଡ ୱାର୍ନର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିରାଟ କୋହଲି ୧୫୭ ଇନିଂସରେ ଏହି ସଫଳତା ହାସଲ କରି ତୃତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଏବି ଡିଭିଲିୟର୍ସ ଏବଂ ଶିଖର ଧାୱନଙ୍କ ନାମ ମଧ୍ୟ ସାମିଲ ଅଛି।

କେଏଲ ରାହୁଲ ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରଥମ ୨ଟି ମ୍ୟାଚ ଖେଳି ନ ଥିଲେ। ୨ଟି ମ୍ୟାଚ ନ ଖେଳିବା ସତ୍ତ୍ୱେ, ସେ ଅରେଞ୍ଜ କ୍ୟାପ ଦୌଡ଼ରେ ରହିଛନ୍ତି। ରାହୁଲ ଏପର୍ଯ୍ୟନ୍ତ ୭ଟି ଇନିଂସରେ ୬୪.୬ ହାରରେ ୩୨୩ ରନ କରିଛନ୍ତି ଏବଂ ଅରେଞ୍ଜ କ୍ୟାପ ଦୌଡ଼ରେ ସପ୍ତମ ସ୍ଥାନରେ ଅଛନ୍ତି। ସେ ୨୦୨୫ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏପର୍ଯ୍ୟନ୍ତ ସର୍ବାଧିକ ରନ ସ୍କୋରର ମଧ୍ୟ।

hiranchal ad1
Leave A Reply

Your email address will not be published.

five × 1 =