ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ : ନମ୍ବର ୱାନ ବ୍ୟାଟ୍ସମ୍ୟାନ ହେଲେ ଜୋ ରୁଟ୍‌

0 63

ଦୁବାଇ : ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ଙ୍କ ପୁଣି ଦବଦବା ଆରମ୍ଭ ହୋଇଛି । ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଶତକ ହାସଲ କରିବା ପରେ ଜୋ ରୁଟ୍‌ ଟେଷ୍ଟ କ୍ରିକେଟ୍‌ର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ଜୋ ରୁଟ୍‌ ଅଷ୍ର୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାର୍ନୁସ୍‌ ଲାବୁସାଗ୍‌ନେଙ୍କୁ ଅତିକ୍ରମ କରି ଏକ ନମ୍ବର ସ୍ଥାନକୁ ଫେରିଛନ୍ତି । ଅତୀତରେ ଜୋ ରୁଟ୍‌ ଟେଷ୍ଟ କ୍ରିକେଟ୍‌ ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ଥିଲେ ଏବଂ ସେ ଦୀର୍ଘ ସମୟ ଧରି ଶ୍ରେଷ୍ଠ ୧୦ରେ ରହି ଆସୁଥିଲେ ।ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଜୋ ରୁଟ୍‌ ଏକ ଶତକ ହାସଲ କରିଥିଲେ । ଏହାକୁ ଆଧାର କରି ସେ ପ୍ରଥମେ ଦ୍ୱିତୀୟ ନମ୍ବରରେ ପହଞ୍ଚ଼ିଲେ ଏବଂ ପରେ ପ୍ରଥମ ନମ୍ବରରେ ପହଞ୍ଚିଥିଲେ । ଜୋ ରୁଟ୍‌ ବର୍ତ୍ତମାନ ତାଙ୍କ ଖାତାରେ ୮୯୭ ରେଟିଂ ପଏଣ୍ଟ ଥିବାବେଳେ ମାର୍ନୁସ୍‌ ଲାବୁସାଗ୍‌ନେଙ୍କ ଆକାଉଣ୍ଟରେ ୮୯୨ ପଏଣ୍ଟ ରହିଛି । ଷ୍ଟିଭ ସ୍ମିଥ ତିନି ନମ୍ବରରେ ଅଛନ୍ତି, ତାଙ୍କର ଖାତାରେ ୮୪୫ ପଏଣ୍ଟ ଅଛି । ବାବର ଆଜମ ୮୧୫ ପଏଣ୍ଟ ସହ ଚତୁର୍ଥ ଏବଂ କେନ ୱିଲିୟମସନ ୭୯୮ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛନ୍ତି ।
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ବୋଲରଙ୍କ ବିଷୟରେ କହିବାକୁ ଗଲେ ପ୍ୟାଟ୍‌ କମିନ୍ସ ୯୦୧ ପଏଣ୍ଟ ସହ ଏକ ନମ୍ବରରେ ଥିବାବେଳେ ଆର ଅଶ୍ୱିନ ୮୫୦ ପଏଣ୍ଟ ସହ ଦୁଇ ନମ୍ବରରେ ଅଛନ୍ତି । ଜସପ୍ରୀତ ବୁମ୍ରା ୮୩୦ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କ ପଛରେ ଶାହିନ୍‌ ଆଫ୍ରିଦି ଅଛନ୍ତି, ଯାହାଙ୍କର ଆକାଉଣ୍ଟରେ ୮୨୭ ପଏଣ୍ଟ ରହିଛି ଏବଂ କାଗିସୋ ରାବାଡା ୮୧୮ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛନ୍ତି ।
ଏଥିସହିତ ଅଲରାଉଣ୍ଡରଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗରେ ରବିନ୍ଦ୍ର ଜାଡେଜା ୩୮୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି ଏବଂ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯାହାଙ୍କର ଆକାଉଣ୍ଟରେ ୩୪୧ ପଏଣ୍ଟ ରହିଛି । ତିନି ନମ୍ବରରେ ଜେସନ୍‌ ହୋଲ୍ଡର ଅଛନ୍ତି, ଯାହାର ଆକାଉଣ୍ଟରେ ୩୩୬ ପଏଣ୍ଟ ଅଛି ଏବଂ ଶାକିବ ଅଲ ହାସନ ୩୨୭ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି ।ପଞ୍ଚମ ସ୍ଥାନରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଅଛନ୍ତି, ତାଙ୍କ ଖାତରେ ୩୦୭ ପଏଣ୍ଟ ରହିଛି ।

hiranchal ad1
Leave A Reply

Your email address will not be published.

four × 5 =