ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୨ ସିଜନରେ ଋଷଭ ପନ୍ତଙ୍କ ଅଧିନାୟକତ୍ୱ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରିପାରୁନାହିଁ । ଦଳ ଏ ପର୍ଯ୍ୟନ୍ତ ୯ ମ୍ୟାଚରୁ ମାତ୍ର ୪ଟି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ୮ ଅଙ୍କ ସହ ସପ୍ତମ ନମ୍ବରରେ ରହିଛି । ଏହି ସବୁ ଚିନ୍ତା ଦୂର କରିବା ପାଇଁ ଋଷଭ ପନ୍ତ ମସ୍ତି କରୁଥିବା ନଜର ଆସୁଛନ୍ତି । ପନ୍ତ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକ ପଣ୍ଟିଂଙ୍କ ପୁଅ ପ୍ଲେଚରଙ୍କ ସହ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିିଥିଲା । ଏହାର ଭିଡିଓ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟର କରିଛି । ଏଥିରେ ଲେଖାଯାଇଛି ଦୁଇ ସାଙ୍ଗ ଫୁଟବଲର ମଜା ନେଉଛନ୍ତି ।
ଏହି ଭିଡିଓ ଦେଖିବାକୁ ମିଳୁଛି ଯେ, ପନ୍ତ ସବୁବେଳେ ପ୍ଲେଚରଙ୍କଠାରୁ ବଲ ଛଡାଇବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି । ଏହି ମାମଲାରେ ସବୁବେଳେ ପନ୍ତ ପ୍ଲେଚରଙ୍କଠୁ ହାରି ଯାଉଛନ୍ତି । ଭିଡିଓରେ ପ୍ଲେଚର ଦିଲ୍ଲୀ କ୍ୟାପିଟାଲ୍ସ ଜର୍ସି ପିନ୍ଧିଥିବା ବେଳେ ପନ୍ତ ନର୍ମାଲ ପ୍ରାକ୍ଟିସ୍ ଡ୍ରେସ ପିନ୍ଧିଛନ୍ତି ।
ସୂଚନାଯୋଗ୍ୟ ଯେ, ପଣ୍ଟିଂ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି ।